ଭୁବନେଶ୍ୱର: ଶ୍ରୀମନ୍ଦିରକୁ ପ୍ରତିଦିନ ଦେଶ ବିଦେଶରୁ ଶତାଧିକ ଶ୍ରଦ୍ଧାଳୁ ଆସନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନିଅନ୍ତି ଆଉ କିଛି ନା କିଛି ଦାନ ମଧ୍ୟ କରିଥାନ୍ତି । କିଏ ସୁନା ଦାନ କରନ୍ତି ତ ଆଉ କିଏ ରୂପା । ତେବେ କେତେ ଟଙ୍କାର ଦାନ ମିଳିଛି ସେନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।
ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ପୁରୀ ବଡ ଦେଉଳକୁ ମିଳିଛି ୧୮୭ କୋଟି ୧ଲକ୍ଷ ୮୫ ହଜାର ଟଙ୍କାର ଦାନ । ସେହିପରି ୧୭ କେଜି ୭୫୬ ଗ୍ରାମ ୭୦୬ ମିଲିଗ୍ରାମର ସୁନା ଭକ୍ତମାନଙ୍କଠାରୁ ମିଳିଛି । ୨୨୭ କେଜି ୯୫ ଗ୍ରାମ ଓ ୩୦୭ ମିଲିଗ୍ରାମର ରୂପା ମଧ୍ୟ ମହାପ୍ରଭୁଙ୍କୁ ଦାନରେ ମିଳିଛି । ଏହାବାଦ ବିଭିନ୍ନ ଲୁଗାପଟା, ଘଂଟ, ଘଂଟି, ରଥ ନିର୍ମାଣରେ ଲାଗୁଥିବା କପଡା, ପାଟ ମଧ୍ୟ ଦାନ ଆକାରରେ ମିଳିଥିବା ସୂଚନା ଦେଇଛନ୍ତି ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
BREAKING NEWS
- ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ
- Pakistan Sells PIA:ଋଣ ଭାରରେ ଛନ୍ଦି ହୋଇ ୪୩୦୦ କୋଟିରେ ଏୟାରଲାଇନ୍ ବିକ୍ରିକଲା ପାକିସ୍ତାନ
- Death threat: ହାସ୍ୟ ଅଭିନେତା ଗୁଲୁଆଙ୍କୁ ମିଳିଛି ହତ୍ୟା ଧମକ, କାନ୍ଦି କାନ୍ଦି କହିଲେ…
- India to Get 3 New Airlines: ୩ ନୂତନ ବିମାନ କମ୍ପାନୀକୁ ଉଡିବା ପାଇଁ ମିଳିଲା ମଞ୍ଜୁରୀ…
- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୬ ସାକ୍ଷୀଙ୍କ ବୟାନ ରେକର୍ଡ ଶେଷ
- Bangladesh violence: ବାଂଲାଦେଶ ହିଂସାରେ ପୁଣି ଗଲା ଆଉ ଏକ ଜୀବନ, ଜାଳିଦେଲେ ହିନ୍ଦୁଙ୍କ ଘର
- Birth anniversary:ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍ ମୋଦୀ
- Terrible road accident : ସକାଳୁ ସକାଳୁ ବଡ଼ ଅଘଟଣ, ବସ୍ ଦୁର୍ଘଟଣାରେ ଜଳିଗଲେ ଯାତ୍ରୀ
- Sand Art: ବାଲୁକା କଳାରେ ଖ୍ରୀଷ୍ଟମାସ ଶୁଭେଚ୍ଛା, ସାରା ବିଶ୍ୱକୁ ‘ଓ୍ବାର୍ଲଡ ପିସ୍’ର ବାର୍ତ୍ତା
- Maoist: ପୋଲିସ-ଲାଲବାହୀନି ମୁହାଁମୁହିଁ, ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୨ ମାଓବାଦୀ ନିହତ
Comments are closed.