ଭୁବନେଶ୍ୱର: ରାଜ୍ୟରେ ଅନେକ ଗ୍ରାମାଂଚଳରେ ରାସ୍ତାର ସ୍ଥିତି ଦୟନୀୟ ରହିଛି । ସେଥିମଧ୍ୟରୁ ଅନେକ ଗାଁକୁ ରାସ୍ତା ନାହିଁ । ଆଉ ଯେଉଁଠି ରାସ୍ତା ଅଛି ତାହା ମଧ୍ୟ ଶୋଚନୀୟ । ଏନେଇ ଆଜି ଗୃହରେ ଉଦ୍ବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଦଳ ଓ ବିରୋଧୀ ନେତା ।
ଆଜି ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ବିଜେଡି ବିଧାୟକ ମନୋହର ରାନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କୁସୁମ ଟେଟେ, ପ୍ରମୋଦ ମଲ୍ଲିକ ଗ୍ରାମାଂଚଳ ରାସ୍ତା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ, ୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୦୧୭୮ ଗାଁ ଅଛି । ଏଥିରୁ ୨୯୫୩୭ ଗାଁକୁ ରାସ୍ତା ଅଛି । ୪୨୬୪ ଗାଁକୁ ଯୋଗାଯୋଗ ପାଇଁ ରାସ୍ତା ନାହିଁ । ତେବେ ୧୮, ୬୭୭ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କରିବା ପାଇଁ ଯୋଜନା ହୋଇଥିଲା ।
ଏଥିରୁ ରାଜ୍ୟର ୧୭୦୮୯ ଗାଁକୁ ରାସ୍ତା ମାଧ୍ୟମରେ ସଂଯୋଗ କରିବାକୁ ଅର୍ଥ ମଂଜୁର ହୋଇଥିଲା । ସେଥିରୁ ୧୬,୩୪୭ ଗାଁକୁ ସଂଯୋଗ ସରିଛି । ଅନ୍ୟ ୭୩୨ଟି ଗାଁକୁ ସଂଯୋଗ କାମ ଚାଲିଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନା-୨ରେ ୧୬୧୫.୫୧ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହା ବ୍ୟତୀତ ୧୮ଟି ଆଇଏପି ଜିଲ୍ଳାର ୨୫୦ରୁ ଅଧିକ, ନନ୍ ଆଇଏପି ଜିଲ୍ଲାର ୫ଶହରୁ ଅଧିକ ଓ ମାଓବାଦୀ ପ୍ରବଣ ଅଂଚଳରେ ଶହେରୁ ଅଧିକ ଗାଁକୁ ରାସ୍ତା କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
BREAKING NEWS
- ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ଟ୍ରମ୍ପଙ୍କ ବଡ଼ ଘୋଷଣା : ରିପବ୍ଲିକାନ୍ ଜିତିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର
- ପ୍ରବଳ ବର୍ଷା ଆଶଙ୍କା; ମୟୂରଭଞ୍ଜରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
- ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

Comments are closed.