Latest Odisha News

BREAKING NEWS

ଦୁଇ ସ୍କୁଲରେ ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ମଲପ୍ପୁରମ: କେରଳରେ ସ୍କୁଲ ଖୋଲିବାର ମାସେ ପରେ ମଲପ୍ପୁରମର ଦୁଇଟି ସ୍କୁଲର ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଶିକ୍ଷକ ଓ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲର ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରୋନା ଯାଞ୍ଚ କରାଯାଇଥିଲା । କରୋନା ପଜିଟିଭ ଚିହ୍ନଟ ହେବା ପରେ ଦୁଇ ସ୍କୁଲରେ ଛୁଟି ଘୋଷଣା କରାଯାଇଛି ।

କେରଳରେ ଚଳିତ ବର୍ଷ ଜାନୁଆରୀରୁ ସ୍କୁଲ ଖୋଲାଯାଇଛି । ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ସରକାରଙ୍କ ଗାଇଡଲାଇନ ପାଳନ କରି ସ୍କୁଲଗୁଡିକ ଖୋଲା ଯାଇଥିଲା । କିନ୍ତୁ ଦୁଇଟି ସ୍କୁଲରେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ସେହି ଦୁଇ ସ୍କୁଲକୁ ବନ୍ଦ କରିଆଦିଆଯାଇଛି ।

Leave A Reply

Your email address will not be published.