Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ଜୋକୋଭିଚ, ଥିଏମ ଓ ହାଲେପ ଦ୍ୱିତୀୟ ରାଉଣ୍ଡରେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଯାଇଛି । ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ନୋଭାକ ଜୋକୋଭିଚ, ଡୋମିନିକ ଥିଏମ ଓ ଏଲେକ୍ସ ଜ୍ୟୁରେଭ ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ସାଇମନ ହାଲେପ, ସେରେନା ୱିଲିୟମ୍ସ ଓ ଭେନସ ୱିଲିୟମ୍ସ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

୪ଥର ଅଷ୍ଟ୍ରେଲିଆନ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା କେଇ ନିଶିକୋରି କିନ୍ତୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ୭ଥର ଅଷ୍ଟ୍ରେଲିଆନ ଓପନ ବିଜେତା ଆମେରିକାର ସେରେନା ଜର୍ମାନୀର ଲୌରା ସିମଣ୍ଡସଙ୍କୁ ୬-୧, ୬-୧ରେ ପରାସ୍ତ କରିଥିଲେ ।

Leave A Reply

Your email address will not be published.