Latest Odisha News

BREAKING NEWS

ଜାନୁଆରୀ ୮ରୁ ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର: ଓଡ଼ିଶାରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏହି ମହୋତ୍ସବ ଆସନ୍ତା ଜାନୁଆରି ୮ରୁ ୧୦ ଯାଏଁ ରାଜଧାନୀ ଭୁବନେଶ୍ବରର  ଜନତା ମଇଦାନରେ ଅନୁଷ୍ଠିତ ହେବ। ଏହି  ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ସମାରୋହ ଅବସରରେ ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ଏହି ସମାରୋହ  ଦେଶର ଯୁବପିଢ଼ୀଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ସଂଯୋଗ କରିବା ଆୟୋଜନର ମୂଳ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ୧୯୧୫ ଜାନୁଆରି ୯ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଗମନକୁ ସ୍ମରଣ କରିବା ଉଦେଶ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ୨୦୨୩ ମସିହାରେ ଜାନୁଆରି ୮ରୁ ୧୦ ପର୍ଯ୍ୟନ୍ତ ଏହି ସମାରୋହ ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା।

Comments are closed.