Latest Odisha News

BREAKING NEWS

୨ କରୋନା ଯୋଦ୍ଧାଙ୍କ ସମେତ ଭୁବନେଶ୍ୱରରୁ ୧୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୮ଟି ସ୍ଥାନୀୟ ମାମଲା ରହିଛି। ସେଥିମଧ୍ୟରେ ୨ ଜଣ କରୋନା ଯୋଦ୍ଧା ରହିଛନ୍ତି। ସେମାନଙ୍କ ବୟସ ୫୯ ବର୍ଷ ଓ ୫୨ ବର୍ଷ ହୋଇଥିବା ବେଳେ ଦୁହେଁ କଳ୍ପନା ଛକ ସ୍ଥିତ ଏକ ସରକାରୀ ଅଫିସର କର୍ମଚାରୀ ଥିଲେ।

 

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୪୩୩ କରୋନା ପଜିଟିଭ ମାମଲା ରହିଛି। ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫୬ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୨୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାଛଡା ୬ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.