Latest Odisha News

BREAKING NEWS

ଗୁଜୁରାଟରେ ସାମାନ୍ୟ ଭୂକମ୍ପ ଅନୁଭୂତ; କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଗୁଜୁରାଟର ଗିର୍ ସୋମନାଥ ଜିଲ୍ଲାରେ ୧.୭ ରୁ ୩.୩ ତୀବ୍ରତା ମଧ୍ୟରେ ୧୯ ଟି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇନଥିବା ସୂଚନା ମିଳିଛି।

ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସ୍ଆର୍) ର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାକୁ ଅତ୍ୟଧିକ ମୌସୁମୀ ପ୍ରଭାବରେ ସୃଷ୍ଟି ହୋଇଛି ବୋଲି କହିଛନ୍ତି। ସାଧାରଣତ ଗୁଜୁରାଟର ସୌରାଷ୍ଟ୍ରର କିଛି ଅଞ୍ଚଳରେ ଦୁଇ-ତିନି ମାସର ପ୍ରବଳ ବର୍ଷା ପରେ ଏଭଳି ଅନୁଭୂତ ହୋଇଥିଲା ଏବଂ ଏହା ଏତେ ଚିନ୍ତାର ବିଷୟ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି।

ସକାଳ ୧.୪୨ ଠାରୁ, ୧୯ ଟି ଭୂକମ୍ପ, ୧.୭ ରୁ ୩.୩ ତୀବ୍ରତା ସହିତ ସୌରାଷ୍ଟ୍ରର ଗିର୍ ସୋମନାଥ ଜିଲ୍ଲାର ତାଲାଲାର ପୂର୍ବ-ଉତ୍ତର-ପୂର୍ବରେ ଏହାର ଭୂକମ୍ପ ରେକର୍ଡ କରାଯାଇଥିଲା ବୋଲି ଆଇଏସଆର ଜଣେ ଅଧିକାରୀ କହିଛନ୍ତି।

ଏହି ଭୂକମ୍ପଗୁଡ଼ିକ ମଧ୍ୟରୁ ଅଧିକାଂଶ ୩ ମ୍ୟାଗ୍ନିଚ୍ୟୁଡ୍ ତଳେ ଥିବାବେଳେ ୬ ଟିର ତୀବ୍ରତା ୩ରୁ ଅଧିକ ଥିଲା, ଏଥି ମଧ୍ୟରେ ୩.୩ ମ୍ୟାଗ୍ନିଚ୍ୟୁଡ୍‌ର ଭୂକମ୍ପ ସକାଳ ୩.୪୬ରେ ରେକର୍ଡ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ତାଲାଲାର ୧୨ କିଲୋମିଟର ପର୍ଯ୍ୟନ୍ତ ରହିଥିଲା।

Comments are closed.