Latest Odisha News

BREAKING NEWS

ଓଡ଼ିଶାର ୧୯ଟି ନଦୀର ଜଳ ପ୍ରଦୂଷିତ; ଲୋକସଭାରେ ସୂଚନାଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ୍ କାଟରିଆ ଗୁରୁବାର ଦିନ ଲୋକସଭାରେ ସୂଚନାଦେଇ କହିଛନ୍ତି ଯେ, ଓଡ଼ିଶାର ୧୯ ନଦୀ ପ୍ରଦୂଷିତ ।

ବିଜେପି ସାଂସଦ ଜୁଏଲ୍ ଓରାମ ଏକ ପ୍ରଶ୍ନରେ ଲିଖିତ ଉତ୍ତରଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ ପକ୍ଷରୁ ଓଡ଼ିଶାର ୧୯ଟି ନଦୀର ଜଳ ନମୁନା ପରୀକ୍ଷା କରାଯାଇଥିଲା । ଏହାର ରିପୋର୍ଟ ଅନୁଯାୟୀ ଏହି ୧୯ଟି ନଦୀର ଜଳ ପ୍ରଦୂଷିତ ବୋଲି ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ଯେଉଁସବୁ ନଦୀଗୁଡ଼ିକ ପ୍ରଦୂଷିତ ସେହି ନଦୀଗୁଡ଼ିକ ହେଲା ଯଥାକ୍ରମେ – ଗଙ୍ଗୁଆ, ଗୁରାଡ଼ିନଳା, କାଠଯୋଡ଼ି, ନନ୍ଦିରଝର, ଦୟା, ଲୁଣା, ମଙ୍ଗଳା, କୁଆଖାଇ, ବାଙ୍ଗୁରୁନଳା, ଭେଡେନ, ବ୍ରାହ୍ମଣୀ, ବୁଢାବଳଙ୍ଗ, କୁସୁମି, ମହାନଦୀ, ନାଗାବଳୀ, ରତ୍ନଚିରା, ଋଷିକୂଲ୍ୟା, ସାବୁଳିଆ ଏବଂ ସେଢୁଆ ନଦୀ ।

Leave A Reply

Your email address will not be published.