Latest Odisha News

BREAKING NEWS

୧୪୦ ଛୁଇଁଲା ପିଆଜ ଦର; କେଉଁ ସହରରେ କେତେ ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ଆକାଶ ଛୁଇଁଛି ପିଆଜ ଦର । ପୂର୍ବରୁ ପିଆଜ କଟିଲେ ଲୁହ ଝରୁଥିବା ବେଳେ ବର୍ତ୍ତମାନ ପିଆଜ ଦେଖିଲେ ଆଖିରୁ ଲୁହ ଝରି ଆସୁଛି । ଓଡ଼ିଶାର ସର୍ବବୃହତ ପରିବା ବଜାର କଟକ ଛାତ୍ରବଜାରରେ ଗୁରୁବାର ଦିନ ପିଆଜ ଦର କିଲୋ ପିଛା ୧୪୦ ଟଙ୍କାରେ ପହଞ୍ଚିଛି । ଗତକାଲି ପିଆଜ ଦର ୧୨୦ ଟଙ୍କା ଥିବାବେଳେ ଗୋଟିଏ ଦିନରେ ୨୦ ଟଙ୍କା ବଢ଼ି ପିଆଜ ଦର କିଲୋ ପିଛା ୧୨୦ ଟଙ୍କାରେ ପହଞ୍ଚିଛି।

ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କର ପିଆଜ ଦର ୧୨୦ ରୁ ୧୪୦ ମଧ୍ୟରେ ରହିଛି । ଯଦି ଏହିଭଳି ଆଉ କିଛିଦିନ ଚାଲେ ତେବେ ଖୁବଶୀଘ୍ର ଏହା ୨୦୦ ଟଙ୍କା ଛୁଇଁବ ବୋଲି ଖାଉଟି ପ୍ରକାଶ କରିଛନ୍ତି ।

କେଉଁଠି କେତେ ଦର:

କଟକରେ ୧୪୦ ଟଙ୍କା

ବାଲେଶ୍ଵରରେ ୧୩୦ ଟଙ୍କା

ବ୍ରହ୍ମପୁରରେ ୧୧୦ ଟଙ୍କା

ଯାଜପୁରରେ ୧୨୦ ଟଙ୍କା

ଭଦ୍ରକରେ ୧୧୦ ଟଙ୍କା

ରାଉଲକେଲାରେ ୧୨୦ ଟଙ୍କା ରହିଥିବା ରିପୋର୍ଟରୁ ପ୍ରକାଶ ।

ଅନ୍ୟପକ୍ଷରେ, ମହାରାଷ୍ଟ୍ରର ନାସିକରୁ ପିଆଜ ଆମଦାନୀ କମ୍ ହେଉଥିବା କାରଣରୁ ଏଭଳି ଦରବୃଦ୍ଧି ଘଟିଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଅଦିନିଆ ବୃଷ୍ଟିପାତ ଯୋଗୁଁ ପିଆଜ ଚାଷ ନଷ୍ଟ ହୋଇଯାଇଛି, ସେଥିପାଇଁ ଓଡିଶା ବଜାରରେ ପିଆଜରେ ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବା କହିଛନ୍ତି ଛତ୍ରବଜାର ଟ୍ରେଡ଼ର ସଭାପତି ଦେବେନ୍ଦ୍ର ସାହୁ ।

ସୂଚନାଯୋଗ୍ୟ,କିଛିଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇ ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ,ନାସିକ ଓ ଆନ୍ଧ୍ରରୁ ପିଆଜ ଅମଳ ହୋଇ ଡିସେମ୍ବର ଶେଷ ସୁଦ୍ଧା ଓଡିଶା ବଜାରରେ ପହଞ୍ଚିବ ।

Leave A Reply

Your email address will not be published.