Latest Odisha News

BREAKING NEWS

ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା ୱାଇଫାଇ ସେବା; ପାଇପାରିବେ ମାସିକ ୧୫ ଜିବି ଡାଟା

ଭୁବନେଶ୍ୱର : କିଛି ଦିନ ପୂର୍ବରୁ , ଦିଲ୍ଲୀରେ ମାଗଣା ୱାଇ ଫାଇ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ | ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ ମାଗଣାରେ ୱାଇ ଫାଇ ଇଣ୍ଟରନେଟ ସେବା ସମ୍ପର୍କରେ ସବୁର ବିବରଣୀ ଏବଂ ଏହି ଯୋଜନା ର ଉଦଘାଟନ ତିଥି ୧୬ ଡ଼ିସେମ୍ବର ରେ ହେବ ବୋଲି ଘୋଷଣା କଲେ | ଦିଲ୍ଲୀ ସରକାର ସହରରେ ୧୧,୦୦୦ ୱାଇ ଫାଇ ହଟସ୍ପଟ ମାଧ୍ୟମରେ ଏହି ମାଗଣା ସେବା ଯୋଗାଇଦେଵ | ଡାଟା ପ୍ଲାନ ଓ ସ୍ପୀଡ଼ର ଘୋଷଣା ମଧ୍ୟ କରାଗଲା |

ଏକ ସାମ୍ବାଦିକ ସମ୍ମିଳନୀରେଣ ଶ୍ରୀକେଜେରିୱାଲ କହିଲେ ଯେ, ସରକାର ବିଭିନ୍ନ ପର୍ଯ୍ୟୟରେ ଏହି ସେବା ତାର ନାଗରିକ ମାନଙ୍କୁ ମାଗଣା ୱାଇ ଫାଇ ସେବା ଯୋଗାଇଦେଵ | ପ୍ରଥମ ପର୍ଯ୍ୟୟରେ ସହରର ବିଭିନ୍ନ ୧୧,୦୦୦ ସ୍ଥାନ ମାନଙ୍କରେ ୱାଇ ଫାଇ ହଟସ୍ପଟ ସ୍ଥାପିତ କରାଯିବ | ସରକାରଙ୍କ ଲକ୍ଷ ସ୍ଥାପନା ର ପ୍ରଥମ ପର୍ଯ୍ୟାୟ ଠାରୁ ଛଅ ମାସ ଭିତରେ ଏହି ସବୁ ଅଞ୍ଚଳକୁ ଏହି ସେବା ଯୋଗାଇଦିଆଯିବ | ଯଦି ଆବଶ୍ୟକ ପଡେ ପର୍ଯ୍ୟାୟ ରେ ଦୁଇ ୱାଇ ଫାଇ ଅଧିକ କ୍ଷେତ୍ରକୁ ମଧ୍ୟ କଭର କରିବ | ପୁରା ପ୍ରୋଜେକ୍ଟ ପାଇଁ ସରକାର ୯୯ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହି ସେବା ପ୍ରଦାନକାରୀ ହେବ ପ୍ରେଷ୍ଟୋ ମୁକ୍ତ ୱାଇ-ଫାଇ ନେଟୱର୍କ |

ପ୍ରାରମ୍ଭରେ , ୧୬ ଡ଼ିସେମ୍ବର କୁ ୧୦୦ ୱାଇ ଫାଇ ର ଏକ ଛୋଟ ନେଟୱର୍କ ର ଉଦଘାଟନ କରାଯିବ | ଛଅ ମାସ ଭିତରେ ପୁରା ସହର ଭିତରେ ୧୧,୦୦୦ ୱାଇ ଫାଇ ହଟସ୍ପଟ ସ୍ଥାପନା କରାଯିବ | ୪,୦୦୦ ୱାଇ ଫାଇ ହଟସ୍ପଟ ବସଷ୍ଟାଣ୍ଡ ରେ ସ୍ଥାପନା କରାଯିବ , ସେହିପରି ୭,୦୦୦ ହଟସ୍ପଟ ମାର୍କେଟ ପ୍ଲେସ ରେ ସ୍ଥାପନା କରାଯିବ ଓ ଅନୁ ସବୁ ବ୍ୟସ୍ତବହୁଳ ସ୍ଥାନମାନଙ୍କରେ ସ୍ଥାପନା କରାଯିବ | ସବୁ ୱାଇ ଫାଇ ହଟସ୍ପଟ ର ସୀମା ୧୦୦ ମିଟର ରେଞ୍ଜ ରହିବ ଓ ଏକାଥରକେ ୨୦୦ ଲୋକ ସେବା ପାଇପାରିବେ | ଏହିପରି ୧୧,୦୦୦ ୱାଇ ଫାଇ ହଟସ୍ପଟରେ ୨୨ ଲକ୍ଷ ଲୋକ ଏକା ସମୟରେ ଏହି ସେବା ପାଇପାରିବେ | ପ୍ରତ୍ୟେକ ବ୍ୟବହାରକାରୀ ପ୍ରତିମାସରେ ୧୫ଜିବି ଡାଟା ପାଇପାରିବେ ଓ ପ୍ରତିଦିନ ୧.୫ ଜିବି ଡାଟା ଉପଯୋଗ କରିପାରିବେ | ସହରର ଅଧିକାଂଶ କ୍ଷେତ୍ରରେ ନେଟୱର୍କ ୧୦୦ ରୁ ୧୫୦ଏମବିପିଏସ ସ୍ପୀଡ଼ ପ୍ରଦାନ କରିବ | ଅତ୍ୟଧିକ ଜନବହୁଳ କ୍ଷେତ୍ରରେ ୨୦୦ଏମବିପିଏସ ସ୍ପୀଡ଼ ଓ କମ ଜନବହୁଳ କ୍ଷେତ୍ରରେ ୮୦ଏମବିପିଏସ ସ୍ପୀଡ଼ ମିଳିବ |

ଅନ୍ୟ ମାଗଣା ନେଟୱର୍କ ପରି , ଦିଲ୍ଲୀ ସରକାର ନେଟୱର୍କ ରେ ଯୋଗଦେବାପାଇଁ ଗୋଟେ ଆପ୍ସ ଆଣିବ | ଏହି ଆପ୍ସ ଦ୍ୱାର ଉପଭୋକ୍ତା କେୱାଇସି ପୂରଣକରି ତାପରେ ନେଟୱର୍କ ପାଇପାରିବେ | ଉପଭୋକ୍ତା ଯେବେ ଗୋଟେ ନେଟୱର୍କ ସ୍ଥଳରୁ ଅନ୍ୟ ନେଟୱର୍କ ସ୍ଥଳକୁ ଯାତ୍ରା କରିବ ସେତବେଳେ ସ୍ୱୟଂ ଚାଳିତ ଭାବେ ଗୋଟେ ହଟସ୍ପଟ ରୁ ଅନ୍ୟ ହଟସ୍ପଟ କୁ କନେକ୍ଟ ହୋଇଯିବ | ୱାଇ-ଫାଇ ସେବା ଏବେ ପର୍ଯ୍ୟନ୍ତ ମାଗଣା ଦେବା ଓ ଭବିଷ୍ୟତରେ ଏହା ପାଇଁ ପଇସା ନେବ ନା ନାହିଁ ଜଣାପଡିନି |ଏହି ସେବା ୧୬ ଡ଼ିସେମ୍ବର କୁ ଦିଲ୍ଲୀର କିଛି ବଛା ବଛା ସ୍ଥାନ ମାନଙ୍କରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ |

Leave A Reply

Your email address will not be published.