Latest Odisha News

ବ୍ୟାଙ୍କ ଧର୍ମଘଟ ସାଜିଲା ବାଧକ, ୧୯ ହଜାର କୋଟି ଟଙ୍କାର ବ୍ୟାବସାୟିକ କାର୍ଯ୍ୟ ବାଧାପ୍ରାପ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଘରୋଇକରଣକୁ ନୀତି ବିରୋଧରେ ଦେଶବ୍ୟାପୀ ଦିଆଯାଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଶେଷ ହୋଇଛି । ଧର୍ମଘଟରେ ୭ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହେବା ଯୋଗୁ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଥିଲା ବ୍ୟାଙ୍କ କାର୍ଯ୍ୟ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ ପକ୍ଷରୁ ଡାକରା ଦିଆଯାଇଥିବା ଏହି ଧର୍ମଘଟରେ ସାମିଲ ହୋଇଛନ୍ତି SBI, AIBEA ଓ NOW ସମେତ ଅନ୍ୟାନ୍ୟ ସଂଗଠନ ।

ଧର୍ମଘଟ ଫଳରେ ଚେକ କ୍ଲିଅରାନ୍ସ ସମେତ ୧୯ ହଜାର କୋଟି ଟଙ୍କାର ବ୍ୟାବସାୟିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ କିଛି ପ୍ରମୁଖ ଘରୋଇ ବ୍ୟାଙ୍କ HDFC, ICICI ଓ KOTAK MAHINDRA ସମେତ ଅନ୍ୟ କିଛି ବ୍ୟାଙ୍କ ଖୋଲିଛି । ଦୁଇଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରତିବାଦରେ ଏହି ଧର୍ମଘଟ ଡାକରା ଦିଆଯାଇଛି ବୋଲି କହିଛନ୍ତି ଏଆଇବିଇଏ ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟଚଳମ । କେନ୍ଦ୍ର ସରକାର ଆଇଡିବିଆଇର ପ୍ରମୁଖ ଅଂଶଧନ ବିକ୍ରି କରିସାରିଥିବା ବେଳେ ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିଛନ୍ତି । ବ୍ୟାଙ୍କ ବନ୍ଦ ଯୋଗୁଁ ସାଧାରଣ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।

Leave A Reply

Your email address will not be published.