Latest Odisha News

BREAKING NEWS

ଦିନରାତି ଅନିଦ୍ରା ପ୍ରଶାସନ ଓ ପୁଲିସ୍‌; କ୍ୱାରେଣ୍ଟାଇନ୍‌ରୁ ଖସି ପଳାଇଲେ ୧୯ !

ରାୟଗଡା: କେରେଡା ପଂଚାୟତ ଛାତ୍ର ନିବାସରେ ସ୍ଥାପିତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇଲେ ୧୯ଜଣ । ଖସି ପଳାଇଥିବା ତାଲିକାରେ ବାହାର ରାଜ୍ୟର ଟ୍ରକ୍ ଡ୍ରାଇଭର ଓ ହେଲ୍ପର ସାମିଲ ଥିବା ଜଣାପଡିଛି ।

ସମଗ୍ର ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛି ପୋଲିସ ପ୍ରଶାସନ । ଜୀବନକୁ ବାଜି ଲଗାଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ତଥାପି କରୋନା ମହାମାରୀକୁ ବେଖାତିର କରି ଖସି ପଳାଇଲେ ୧୯ଜଣ । ୧୯ଜଣଙ୍କ ମଧ୍ୟରେ ୧୭ଜଣ ପଂଜାବରୁ ଥିଲାବେଳେ୨ଜଣ ଉତ୍ତରପ୍ରଦେଶ ବାସିନ୍ଦା ।

ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଓ ଆନ୍ଧ୍ର ବୋର୍ଡରକୁ ଲାଗି କେରେଡାର ୧୦୦ ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୯ ଜଣ ଝରକା ବାଟେ ଗଳି ୨୨ ତାରିଖ ରାତି ବିଳମ୍ବିତ ରାତ୍ରିରେ ଖସି ପଳାଇଥିଲେ । ସମସ୍ତଙ୍କର କ୍ୱାରେଣ୍ଟାଇନ୍ ଅବଧି ୧୪ରେ ସରିଥିଲେ ଲକ୍‌-ଡାଉନ୍ ପାଇଁ ସେମାନଙ୍କୁ କେରେଡାରେ ରହିବାକୁ କୁହାଯାଇଥିଲା ।

କ୍ୱାରେଣ୍ଟାଇନ୍ କେନ୍ଦ୍ରଟି ରେଳବାଇ ଟ୍ରାକ୍ ପାଖରେ ଥିବାରୁ ଡ୍ରାଇଭରମାନେ ସେହି ବାଟଦେଇ ଚମ୍ପଟ୍ ମାରିଥିବା ଅନୁମାନ କରାଯାଉଛି । ଫେରାର ଥିବା ସମସ୍ତ ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ଶେଷକାଳ ଥାନାରେ ମାମଲା ଦାୟର ହୋଇଛି ।

Leave A Reply

Your email address will not be published.