Latest Odisha News

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୧ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ୧୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୩ଜଣ କମ୍ ବୟସର ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

BjdElectrycity

ଅନୁଗୁଳ ଜିଲ୍ଲରୁ ୨ଜଣ, ବାଲେଶ୍ୱରରୁ ୧୦ଜଣ, ଭଦ୍ରକରୁ ୨ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ୨ଜଣ, କଟକରୁ ୧୩ଜଣ, ଗଞ୍ଚାମରୁ ଜଣେ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୭ଜଣ, ଝାରସୁଗୁଡ଼ାରୁ ୪ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, କେନ୍ଦୁଝରରୁ ଜଣେ, କୋରାପୁଟରୁ ଜଣେ, ମୟୁରଭଞ୍ଜରୁ ୪ଜଣ, ନୟାଗଡ଼ରୁ ଜଣେ ନୂଆପଡ଼ାରୁ ଜଣେ, ପୁରୀରୁ ୪ଜଣ, ସମ୍ବଲପୁରରୁ ୯ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୧୩ଜଣ, ଷ୍ଟେଟ ପୁଲରୁ ୨୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ଲକ୍ଷ ୪୮ହଜାର ୬୮୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଲକ୍ଷ ୩୭ହଜାର ୮୬୪ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୨୩୫୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.