Latest Odisha News

BREAKING NEWS

ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର

ପୁରୀ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଜନ୍ମ କଲା ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଇ ଚାଲିଗଲା ମା’ । କନ୍ୟା ଭ୍ରୁଣ ହତ୍ୟା ରୋକିବାକୁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ଆଜିବି ଅନେକ ସ୍ଥାନରେ ଶିଶୁକନ୍ୟାଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲିଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ପୁଣି ଏହିପରି ଘଟଣା ସାମ୍ନାକୁ ଆସିଛି ପିପିଲିରୁ । ସାତଶଂଖ-ବଳଙ୍ଗାର ମୁଖ୍ୟ ରାସ୍ତାରୁ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ।

ଚୋରପଡ଼ା ଛକ ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜନା ଗଛ ଲତା ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାର କାନ୍ଦ ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଲୋକମାନେ ଦେଖିବାକୁ ଯାଇଥିଲେ । ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ୱାରା ପୁରୀ ମେଡ଼ିକାଲକୁ ପଠାଇଥିଲେ । କିଏ ଓ କାହିଁକି ଏମିତି ନବଜାତ ଶିଶୁ କନ୍ୟାକୁ ଫୋପାଡ଼ି ଦେଇ ଚାଲିଯାଇଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.