ଓଡିଶାରୁ ସୁସ୍ଥ ହେଲେ ଆଉ ୧୯୧୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯୧୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

 

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୯୦,୧୧୬ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ମୋଟ୍ ୨,୭୫,୭୪୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୩୨୦ ଜଣ ମୃତ୍ୟୁବରଣ କରିଛନ୍ତି ।