Latest Odisha News

BREAKING NEWS

ନଭେମ୍ବର ୨ରୁ ୧୭ଟି ରୁଟ୍‌ରେ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର: ନଭେମ୍ବର ୨ରୁ ଭୁବନେଶ୍ୱରର ୧୭ଟି ରୁଟରେ ଗଡିବ ‘ମୋ ବସ୍‌’ । ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ତଥା କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରୁଟ୍‌ ନମ୍ବର ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ ବସ୍‌ ଗୁଡ଼ିକ ଚାଲିବ ।

ତେବେ ବସ୍‌ରେ ଯାତ୍ରା ସମୟରେ ଯାତ୍ରୀ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ପଡିବ । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ପିନ୍ଧି ନ ଥିଲେ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ବସ୍‌ରେ କେହି ଛିଡା ହୋଇ ଯିବେ ନାହିଁ । ଯେତିକି ସିଟ୍ ସେତିକି ସଂଖ୍ୟକ ଯାତ୍ରୀ ବସରେ ଯାତ୍ରା କରିବେ ।

 

Leave A Reply

Your email address will not be published.