Latest Odisha News

BREAKING NEWS

ଭଦ୍ରକରୁ ୧ କିଲୋ ୩୦ଗ୍ରାମ ବ୍ରାଉନ ସୁଗାର ଜବତ,୨ ଗିରଫ

ଭଦ୍ରକ : ଭଦ୍ରକର ପିଛା ଛାଡୁନି ଧଳା ଜହର । ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧ କିଲୋ ୩୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ଯାହାର ମୂଲ୍ୟ ୧କୋଟି ୩ଲକ୍ଷ ଟଙ୍କା ହେବ । ତା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁରର ଶ୍ରୀକାନ୍ତ ପ୍ରଧାନ ଓ ଅରୁଣ ସେଠୀ।

ବ୍ରାଉନ ସୁଗାର ଚାଲାଣ ବିଷୟରେ ପୋଲିସ ଆଗରୁ ଖବର ପାଇଥିଲା। ପରେ ଭଦ୍ରକ ରାନ୍ଦିଆ ପାୱାର ପ୍ଲାଣ୍ଟ ଛକ ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଚେକିଂ କରିବା ସମୟରେ ଦୁଇ ଜଣ ଏକ ବାଇକରେ ଆସୁଥିବା ସମୟରେ ପୋଲିସ ସେମାନଙ୍କୁ  ଧରିପକାଇଥିଲା । ଚେକିଂ କରି ଅଭିଯୁକ୍ତଙ୍କ ଠାରୁ ପୋଲିସ ବ୍ରାଉନସୁଗାର ଜବତ କରିଛି । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରାଯିବ । ଏନେଇ ଭଦ୍ରକ ଏସପି ଚରଣ ସିଂ ମିନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.