Latest Odisha News

BREAKING NEWS

କାଲିଠୁ ଗଞ୍ଜାମରେ ଦିଆଯିବ କୋଭାକ୍ସିନ, ବ୍ରହ୍ମପୁରରେ ପହଞ୍ଚିଲା ୧ ଲକ୍ଷ ୪୦ ହଜାର ଡୋଜ୍ ଟିକା

ବ୍ରହ୍ମପୁର: ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ରହ୍ମପୁରରେ ୧ ଲକ୍ଷ ୪୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଛି । ବ୍ରହ୍ମପୁର ସିଟି ହସ୍ପିଟାଲରେ କୋଭାକ୍ସିନ ଟିକା ପହଞ୍ଚିଛି । ଆସନ୍ତାକାଲି ସୁଦ୍ଧା ଜିଲ୍ଲାର ଅନ୍ୟ ସ୍ଥାନକୁ ପଠାଯିବ । ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା ।

ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି ସେମାନେ କୋଭାକ୍ସିନ ନେଇପାରିବେ । ଯେଉଁମାନେ ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଛନ୍ତି ସେମାନଙ୍କୁ ଦ୍ୱିତୀୟ ଡୋଜରେ କୋଭିସିଲ୍ଡ ଟିକା ହିଁ ଦିଆଯିବ । ହିତାଧିକାରୀଙ୍କ କ୍ଷେତ୍ରରେ ଯେଭଳି କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ମିଶ୍ରଣ ନହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି ।

ଏବେ କେବଳ ଭୁବନେଶ୍ୱରରେ ଲୋକଙ୍କୁ କୋଭାକ୍ସିନ ଟିକା ଦିଆଯାଉଛି । ଏଠାରେ ଶତ ପ୍ରତିଶତ ଆଡକୁ ମୁହାଁଉଛି ଟିକାକରଣ ଅଭିଯାନ । ଆଉ କିଛି ଦିନ ଭିତରେ ଟାର୍ଗେଟ ପୂରା ହୋଇଯିବ । ରାଜ୍ୟରେ ଏବେ ୪ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି । ତେଣୁ ବଳକା ଟିକାକୁ ପ୍ରାଥମିକ ଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.