Latest Odisha News

BREAKING NEWS

ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ପୁଷ୍କର ସିଂହ ଧାମି

ଡେରାଡୁନ୍: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆଜି ପୁଷ୍କର ସିଂହ ଧାମି ଶପଥ ନେବେ । ସେ ହେବେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟା ୫ଟାରେ ଉତ୍ତରାଖଣ୍ଡ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ବେବି ରାଣୀ ମୋର୍ଯ୍ୟ । ଚାରି ମାସ ଭିତରେ ଉତ୍ତରାଖଣ୍ଡର ସେ ହେବେ ତୃତୀୟ ମୁଖ୍ୟମନ୍ତ୍ରୀ । ଗତକାଲି ବିଧାୟକ ଦଳ ବୈଠକରେ ସେ ନେତା ନିର୍ବାଚିତ ହୋଇଥିଲେ ।

୪୫ ବର୍ଷୀୟ ପୁଷ୍କର ସିଂହ ଧାମି ଦୁଇ ଥର ବିଧାୟକ ହୋଇଛନ୍ତି । ଖତିମା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି । ପୁଷ୍କର ସିଂହ ଧାମି ପେସାରେ ଜଣେ ଓକିଲ । ସେ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ଓ ଇଣ୍ଡଷ୍ଟ୍ରିଆଲ୍ ରିଲେସନରେ ପିଜି କରିଛନ୍ତି ।

୧୦ ବର୍ଷ ଧରି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଓ ଏବିଭିପିର ସଦସ୍ୟ ଥିଲେ । ୨୦୨୨-୨୦୦୮ ଯାଏ ସେ ଥିଲେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି । ଏଥିସହ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋସିୟାରୀଙ୍କ ଓଏସଡି ଥିଲେ । ଏବେ ଦେଶରେ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପୁଷ୍କର ସିଂହ ଧାମି ।

Leave A Reply

Your email address will not be published.