Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କ ଦୈନିକ ପୂଜା ଓ ଅନ୍ୟାନ୍ୟ ରୀତିନୀତି ଵିଷୟରେ ଜାଣିବା ପରେ। ଆସନ୍ତୁ ଜାଣିବା ମା’ଙ୍କର ବିଶେଷ ରୀତିନୀତି ସମ୍ପର୍କରେ ପ୍ରତିବର୍ଷ ଅଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଅଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ବିଶେଷ ପାର୍ବଣ ନୀତି।  ଏହା ମା’ଙ୍କ ଷୋଳପୂଜା ଭାବରେ ଖ୍ୟାତ ଅଟେ। ଏହି ଦିନମାନଙ୍କରେ ଦେବୀ ବିମଳାଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ଉପାସନା କରାଯାଏ। ଭୁବନେଶ୍ୱରୀଙ୍କ ବୀଜ ମନ୍ତ୍ର (ହ୍ଲିଁ )ରେ ଦେବୀ ବିମଳାଙ୍କର ଧ୍ୟାନ  କରାଯାଏ ।  ଏହି ଦିନମାନଙ୍କରେ ପୁରୀ ନିକଟରେ ଥିବା ବୀରନରସିଂହପୁର ଶାସନର ବ୍ରାହଣମାନେ ( ଥ ସାମନ୍ତ )ମା ବିମଳାଙ୍କୁ ଭୁବନେଶ୍ୱରୀ ପୂଜା ପଦ୍ଧତିରେ ଉପଚାର କରି ନୈବେଦ୍ୟ ପ୍ରଦାନ କରନ୍ତି। ଏହି ଷୋଳପୂଜାର ମୂଖ୍ୟ ବିଶେଷତ୍ୱ ହେଲା ଦୁର୍ଗା-ମାଧବଙ୍କ ଏକତ୍ର ଅବସ୍ଥାନ ଓ ପୂଜା ସମର୍ପଣ।  ଗବେଷକମାନଙ୍କ ମତରେ ପ୍ରାପ୍

ପ୍ରାୟ ୧୩ଶହ ଶତାବ୍ଦୀ ବେଳକୁ ଏହି ସ୍ୱତନ୍ତ୍ର ଦୁର୍ଗା -ମାଧବ ଉପାସନା ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଥିଲା। ଏଥିରେ ମା ବିମଳା (ଦୁର୍ଗା ସ୍ୱରୂପରେ )ଓ ପ୍ରଭୁ ଜଗନ୍ନାଥ (ମାଧବ ସ୍ୱରୂପରେ )ବିବେଚିତ ହୋଇ ପୂଜା ପାଇଥାନ୍ତି। ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ସମୟରୁ ମା’  ବିମଳାଙ୍କ ମନ୍ଦିରରେ ଏହି ଦୁର୍ଗା -ମାଧବ ଉପାସନାର ବିଶେଷ ପ୍ରଚଳନ ସହ ଶାକ୍ତ ଗୁଣ୍ଡିଚା “ର ରୀତିନୀତି ପାଳିତ ହେଲା। ଗଜପତିଙ୍କ ରାଜଗୁରୁ ବର୍ଦ୍ଧନ ମହାପାତ୍ରଙ୍କ ଦ୍ୱାରା ରଚିତ “ଦୁର୍ଗାତ୍ସବ ଚନ୍ଦ୍ରିକା । ” ଏହାର ସୂଚନା ସହ ଓଡ଼ଶାରେ ଦୁର୍ଗା  ପୂଜାର ସାର୍ବଜନୀନ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ। ସୁତରାଂବିମଳା ଙ୍କ ମନ୍ଦିରରେ ଦୁର୍ଗା-ମାଧବ ଉପାସନା ସହ ଓଡ଼ିଶାର ଗାଁ ଗହଲରେ ତଥା ସହର ବଜାରରେ ମଧ୍ୟ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିକର ପୂଜା ବିଧି  ପ୍ରଚଳନ ହେଲା। ଏହି ଶାକ୍ତ ଗୁଣ୍ଡିଚା ଵିଷୟରେ ଜାଣିବା ଆଗାମୀ ଅଧ୍ୟାୟ ମାନଙ୍କରେ ଶାସ୍ତ୍ର ମତରେ ଦେବୀ ବିମଳାଙ୍କ ଦୁର୍ଗା ସ୍ୱରୂପ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସ୍ୱରୂପ ମାଧବ ଏକ ଓ ଅଭିନ୍ନ ବିବେଚନା କରାଯାଇଛି।  ତେଣୁ ଏହି ଷୋଳପୂଜା ଅବସରରେ ଇନ୍ଦ୍ରାସନରେ ଉଭୟ ଦୁର୍ଗା ଓ ମାଧବ ଏକାଠି ରୁନ୍ଧା ହୁଅନ୍ତି ଅର୍ଥାତ ଏକତ୍ର ମିଳିତ ହୁଅନ୍ତି। ଏହି ଉପାସନାର ମୂଖ୍ୟ ଉଦ୍ଦେଶ୍ୟ ହେଲା ଉଭୟ ଶାକ୍ତ ଓ ବୈଷ୍ଣବ ମତବାଦକୁ ସମ୍ମାନ ଜଣାଇବା। ତେଵେ ଆସନ୍ତୁ କରିବା ଆରାଧନା ଓ ଭାଗବତ ପଠନ

ବୃହତ ସୁକ୍ଷ୍ମ ସ୍ଥୁଳ ଅଣୁ

ସ୍ଥାବର ଜଙ୍ଗମ ଯେ ତନୁ ।

ମାୟା ନିର୍ମିତ୍ତ ସର୍ବ ଜନ

ବ୍ରହ୍ମl ଆଦି ଚଉଦ ଭୁବନ ।

ଏକ ଈଶ୍ୱର ଏ ଭୁବନେ

ସର୍ବତ୍ର ବସଇ ସମାନ ।

ସୃଷ୍ଟି ପ୍ରଳୟ ନିତ୍ୟେ କରେ

ମାୟା ସଂସାରେ ସେ ବିହରେ ।

 

ଜୟ ମା ବିମଳା, ଜୟ ଜଗନ୍ନାଥ

(ଦ. ତ୍ରି. ଉବାଚ )

Leave A Reply

Your email address will not be published.