Latest Odisha News

ଭାଷା ଭାଗବତ : ବାର୍ଷିକ ବ୍ରତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବିବ୍ରତ ନ ହୋଇଲେ, ବ୍ରତ
ସୁଫଳ ଦିଅଇ ବହୁତ
ଅଂତତଃ ବ୍ୟବସାୟୀ କୁଳ
ଠୁଳ କରଂତି ଧନବଳ

ସାବିତ୍ରୀ, ରଜ ଦୁଇ ହାଟ
ବସିଲେ ଶୁଭଇ କୁହାଟ :
‘ଯେତେ ସଂଭବ କିଣି ନିଅ
ଦିନକ ପାଇଁ ଦାନୀ ହୁଅ

ଫଳର ମୂଲ୍ୟ ନ ପଚାରି
ସବୁକୁ ନିଅ ଥଳି ଭରି
ନ ହେଲେ ବରଷକୁ ଥରେ
ଶାଂତି ରହିବନାହିଁ ଘରେ’

ଏପରି ଭାଷାର କୁହୁକ
ବରମାନଂକୁ କରେ ମୂକ
ଏ ଆମ ପ୍ରଥା, ପରଂପରା
ଅଲୋଡ଼ା ଟାହି କି ଟାପରା

ବିଶ୍ବାସ ଯୋଗୁଁ ଯାହା ଚଳେ
ଜ୍ଞାନ, ବିଜ୍ଞାନ ସୁଦ୍ଧା ଟଳେ
ଯେତେକ ବ୍ରତ, ଉପବାସ
ନୁହେ କାହାକୁ ଉପହାସ

Leave A Reply

Your email address will not be published.