Latest Odisha News

BREAKING NEWS

ଏପ୍ରିଲ ୧ରୁ ବିକ୍ରି ହେବ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ; ପ୍ରଦୂଷଣ ସ୍ତର କମିବ

ନୂଆଦିଲ୍ଲୀ: ଏପ୍ରିଲ ୧, ୨୦୨୦ରୁ ଭାରତରେ ଦୁନିଆର ସବୁଠାରୁ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ ବିକ୍ରି ହେବ । ସରକାରୀ ତେଲ କମ୍ପାନୀ ସାରା ଦେଶରେ ୟୁରୋ-୬ ଗ୍ରେଡ ଡିଜେଲ ଓ ପେଟ୍ରୋଲର ଯୋଗାଣ କରିବ । ଭାରତ ମାତ୍ର ୩ ବର୍ଷରେ ହିଁ ସ୍ୱଚ୍ଛ ପେଟ୍ରୋଲର ବ୍ୟବହାରକୁ ନେଇ ବଡ ସଫଳତା ହାସଲ କରିଛି । ମିଳିଥିବା ସୂତ୍ରରୁ ଜଣାପଡିଛି ଯେ, ଆସନ୍ତା ଏପ୍ରିଲ ୧ରୁ ଦିଲ୍ଲୀ ଓ ଏନସିଆରରେ ସରକାରୀ ତୈଳ କମ୍ପାନୀ ୟୁରୋ-୬ ଗ୍ରେଡ ଡିଜେଲ ଓ ପେଟ୍ରୋଲ ବିକ୍ରି କରିବ । ୟୁରୋ-୬ ପେଟ୍ରୋଲ ଓ ଡିଜେଲର ବିକ୍ରି ଆରମ୍ଭ ହେବା ଦ୍ୱାରା ବାୟୁ ପ୍ରଦୂଷଣର ସ୍ତର କମିବ ।

ଭାରତୀୟ ତୈଳ କର୍ପୋରେଶନର ଅଧ୍ୟକ୍ଷ ସଂଜୀବ ସିଂହ କହିଛନ୍ତି କି, କମ୍ ସଲଫର ଥିବା ପେଟ୍ରୋଲ ଓ ଡିଜେଲର ଉତ୍ପାଦନ ବର୍ଷ ୨୦୧୯ର ଶେଷ ବେଳକୁ ଆରମ୍ଭ ହୋଇସାରିଥିଲା । ତେଲ କମ୍ପାନୀମାନଙ୍କ ଦେଶର ଇନ୍ଧନର ପ୍ରତ୍ୟେକ ବୁନ୍ଦାକୁ ନୂଆ ରୂପେ ପରିଣତ କରିବାର କଠିନ କାମ ପାଖାପାଖି ପୁରା ହୋଇସାରିଛି । ସମସ୍ତ ରିଫାଇନାରୀରେ ବିଏସ-୬ ଇନ୍ଧନର ଯୋଗାଣ ଆରମ୍ଭ କରିଦିଆଯାଇଛି ଓ ସାରା ଦେଶର ଡିପୋ ପର୍ଯ୍ୟନ୍ତ ପହଂଚିଯାଇଛି ।

Leave A Reply

Your email address will not be published.