Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ ଆୟୋଜନ ନେଇ ଏବେ କୌଣସି ବିପଦ ନାହିଁ : ଡବ୍ଲ୍ୟୁଏଚଓ

ଟୋକିଓ: କରେନା ଭାଇରସ ପ୍ରଭାବ ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ଉପରେ ପଡିବ ନାହିଁ ବୋଲି ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ଚୀନର କରୋନା ଭାଇରସ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି । ଏହା ବିଚାରକୁ ନେଲେ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନ ଉପରେ ବିପଦ ସୃଷ୍ଟି କରିଛି ।

ଡବ୍ଲ୍ୟୁଏଚଓ ମତରେ ଏବେଠାରୁ ଏହି ମେଗା ଇଭେଂଟକୁ ବାତିଲ କରିବା ନେଇ ଚିନ୍ତା କରିବା ମୂର୍ଖାମୀ ହେବ । ଅନ୍ତର୍ଜାତୀୟ ଅଲିମ୍ପିକ ସମିତି ସହ ଡବ୍ଲ୍ୟୁଏଚଓ ଏ ନେଇ ଯୋଗାଯୋଗ ରଖିଛି । ଚୀନରେ ହେବାକୁ ଥିବା ଅଲିମ୍ପିକ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚଗୁଡିକ ବାତିଲ କରି ଦିଆଯାଇଛି । ଏପରିକି ଚୀନ ଖେଳାଳିଙ୍କୁ ଅନ୍ୟ ଦେଶରେ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଭିଜା ମିଳୁନି ।

Leave A Reply

Your email address will not be published.