ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ଗଠନ ପରେ , ଛଅଟି ରାଜ୍ୟରେ ଅନୁଷ୍ଠିତ ସାତଟି ଆସନର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିଜେପି ଶୁକ୍ରବାର ତିନୋଟି ବିଧାନସଭା ଆସନ ଏବଂ ନବଗଠିତ ବିରୋଧୀ ଗୋଷ୍ଠୀ ଇଣ୍ଡିଆ ଚାରିଟି ଆସନରେ ବିଜୟୀ ହୋଇଛି।
ଉତ୍ତର-ପୂର୍ବ ରାଜ୍ୟ ରାଜ୍ୟ ତ୍ରିପୁରାରେ ବିଜେପି ଉପ ନିର୍ବାଚନରେ ଧାନପୁର ଓ ବକ୍ସାନଗର ଦୁଇଟି ଆସନରେ ଜିତି ନିଜର ସଂଗଠନକୁ ଆହୁରି ଦୃଢ଼ କରିଛି। ଚଳିତ ଫେବୃଆରୀ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ବିଜୟୀ ହୋଇଥିଲା। ସେହିପରି ଉତ୍ତରାଖଣ୍ଡରେ ଶାସକ ଦଳ ଭାବେ ବାଘେଶ୍ୱର ଆସନକୁ ବଜାୟ ରଖିଛି।
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପୁଅ ପୁଥୁପଲ୍ଲୀରେ ନିଜ ପିତାଙ୍କ ଦୁର୍ଗକୁ ବଜାୟ ରଖିଛନ୍ତି। ବେଙ୍ଗଲର ଧୁପଗୁଡ଼ିରେ ତୃଣମୂଳର ବିଜୟ ହୋଇଥିବା ବେଳେ, ୟୁପିର ଘୋସିରେ ସମାଜବାଦୀ ଏବଂ ଝାଡ଼ଖଣ୍ଡର ଡୁମରୀରେ ଜେଏମ୍ଏମର ବିଜୟୀ ହୋଇଛି। ମୋଟ୍ ସାତୋଟି ଆସନରୁ ଇଣ୍ଡିଆ ମେଂଟ ଚାରୋଟିରେ ବିଜୟୀ ହୋଇଛି।
ତ୍ରିପୁରାରେ ଶାସକ ବିଜେପି ସିପିଏମଠାରୁ ବକ୍ସାନଗରକୁ ଛଡ଼ାଇ ନେଇ ଧାନପୁରକୁ ବଜାୟ ରଖିଛି ବିଜେପି ଏବଂ 60 ସଦସ୍ୟ ବିଶିଷ୍ଟ ଗୃହରେ ଏହାର ସଦସ୍ୟ ସଂଖ୍ଯା 33କୁ ବୃଦ୍ଧି ପାଇଛି।
Comments are closed.