Latest Odisha News

BREAKING NEWS

ଭାରତୀୟ ନ୍ୟାୟ ସଂହିତାରେ ଭୁବନେଶ୍ବରରେ ରୁଜ୍ଜୁ ହେଲା ପ୍ରଥମ ମାମଲା

ଭୁବନେଶ୍ବର: ଆଜି ଦେଶରେ ଲାଗୁ ହୋଇଛି ତିନି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଲାଗୁ ହୋଇଯାଇଛି । ଲାଗୁ ହେଉ ହେଉ ଦିଲ୍ଲୀରେ ଏନେଇ ପ୍ରଥମ ମାମଲା ରୁଜ୍ଜୁ ହୋଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଏହାକୁ ଆଧାର କରି ପ୍ରଥମ ମାମଲା ରୁଜ୍ଜୁ ହୋଇଛି । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ସ୍ଥିତ ଚିନ୍ତାମଣିଶ୍ବର ମନ୍ଦିର ଅଞ୍ଚଳରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ ହୋଇଛି । ଉକ୍ତ ଅଞ୍ଚଳର ଗୌରାଙ୍ଗ ଚରଣ ଦାସଙ୍କୁ ମରଣାତ୍ମକ ଆକ୍ରମଣ ନେଇ ତାଙ୍କ ପୁଅ ଏହି ମାମଲା ରୁଜ୍ଜୁ କରିଛନ୍ତି । ଭାରତୀୟ ନ୍ୟାୟ ସଂହିତା ଧାରା ୨୦୨୩ ଅନୁଯାୟୀ ୧୨୬(୨), ୧୧୫(୨), ୧୦୯(୧) (୩) (୫)ରେ ମାମଲା ରୁଜ୍ଜୁ ହୋଇଛି ।

ତେବେ ତାଙ୍କ ପୁଅଙ୍କ କହିବାନୁଯାୟୀ, ଜୁନ୍ ୨୯ ରାତିରେ ୩ ଜଣ ଦୁର୍ବୃର୍ତ୍ତ ଏକ ବାଇକ ଯୋଗେ ଆସି ଗୌରାଙ୍ଗଙ୍କ ବେକ କାଟିଦେଇଥିଲେ । ଯାହା ଆଧାରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ, ଭାରତୀୟ ପେନାଲ କୋଡ(ଆଇପିସି), କୋହ ଅଫ କ୍ରିମିନାଲ ପ୍ରୋସିଜର(ସିଆରପିସି) ଓ ଭାରତୀୟ ଏଭିଡେନ୍ସ ଆକ୍ଟ ବଦଳରେ ତିନୋଟି ନୂଆ ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଜୁନ୍ ୧ରୁ ଲାଗୁ ହୋଇଯାଇଛି । ଯାହା ସ୍ବାଧୀନ ଭାରତର ନିଜସ୍ବ ଆଇନ। ଏହା ପ୍ରଭାବରେ ଆଜିଠାରୁ ହିଁ ବିଭିନ୍ନ ସ୍ଥାନରେ ଏହା ଆଧାରରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ବ୍ୟବସ୍ଥାକୁ ଆହୁରି ତ୍ବରାନ୍ବିତ କରାଯାଇଛି ।

Leave A Reply

Your email address will not be published.