Latest Odisha News

BREAKING NEWS

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଆଖଣ୍ଡଳମଣିଙ୍କ ପୀଠରେ ୧୪୪ ଧାରା ଜାରିଏ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ପରମ୍ପରା ଅନୁଯାୟୀ ଆଜିଠାରୁ ମହାଦେବଙ୍କୁ କରାଯାଏ ଜଳାଭିଷେକ । ମାତ୍ର ଚଳିତ ଥର କରୋନା ଯୋଗୁଁ ଫିକା ପଡିଛି ସବୁକୁଛି । ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜାରି ହୋଇଛି ୧୪୪ ଧାରା।

ପରିସ୍ଥିତି ସାମାନ୍ୟ ଥିଲେ ଆଜି କାଉଡ଼ିଆଙ୍କ କୋଳାହଳରେ ଫାଟିପଡୁଥାନ୍ତା ବାବାଙ୍କ ପୀଠ। ଖାଲି ଆଖଣ୍ଡଳମଣୀ ପୀଠ ନୁହେଁ ଆଜିଠାରୁ ଶୈବପୀଠ ମାନଙ୍କରେ କାଉଡ଼ିଆଙ୍କର ଭିଡ଼ ଲାଗିଥାନ୍ତା। ମାତ୍ର କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆ ମାନଙ୍କ ଭିଡ଼ ଦେଖିବାକୁ ମିଳିନାହିଁ । ସେମାନଙ୍କୁ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢ଼ାଳିବାକୁ ଅନୁମତି ଦିଆଯାଇ ନାହିଁ ।

ରାଜ୍ୟରେ ଜୁଲାଇ ୩୧ ତାରିଖ ଯାଏ କରୋନା ଲକ ଡାଉନ ଜାରି ରହିଛି । ଏହି ସମୟରେ ସାମାଜିକ , ଧାର୍ମିକ , ରାଜନୈତିକ ସମାବେଶ କିମ୍ବା ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ତେଣୁ ଶ୍ରାବଣମାସରେ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର ।

ଭିଡ଼କୁ ଦୃଷ୍ଟିରେ ରଖି ତଥା ମନ୍ଦିର ବନ୍ଦ ଥିବାରୁ ବୋଲବମ୍ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କୌଣସି ଭକ୍ତଙ୍କୁ ବୋଲବମ୍ ଯାତ୍ରାରେ ନ ଯିବାକୁ ସରକାର ତାଗିଦ୍ କରିଛନ୍ତି।

Comments are closed.