ବେଙ୍ଗାଲୁରୁ: ଭାରତର ପ୍ରଥମ ଘରୋଇ ନିର୍ମିତ ରକେଟ୍ “ବିକ୍ରମ-ଏସ୍” ଲଞ୍ଚ ହେବାକୁ ଯାଉଛି । ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ନାମକ ଏକ ଘରୋଇ ସ୍ପସ୍ କମ୍ପାନୀ ଏହାକୁ ନିର୍ମାଣ କରୁଛି । ଚଳିତ ସପ୍ତାହ କିମ୍ୱା ଆସନ୍ତା ସପ୍ତାହରେ “ବିକ୍ରମ-ଏସ୍” ଲଞ୍ଚ କରାଯାଇପାରେ । ଶ୍ରୀହରିକୋଟାସ୍ଥିତ ଇସ୍ରୋ ଲଞ୍ଚ୍ ପ୍ୟାଡରୁ “ବିକ୍ରମ-ଏସ୍” କୁ ଲଞ୍ଚ କରାଯିବ । ୩ ପେଲୋଡ୍ ସହିତ ଏହା ମହାକାଶକୁ ଯାଇପାରିବ । ଏହି ସବଅର୍ବିଟାଲ୍ ମିଶନର ନାଁ ରହିଛି ‘ପ୍ରାରମ୍ଭ’ । ନଭେମ୍ୱର ୧୨ରୁ ୧୬ ତାରିଖ ମଧ୍ୟରେ ଏହାକୁ ଲଞ୍ଚ କରିବାର ଯୋଜନା ରହିଛି । ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ । ଖୁବ୍ କମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସ୍ କୁ ନିର୍ମିତ କରାଯାଇପାରୁଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି । ଇସ୍ରୋର ଭିତ୍ତିଭୂମିକୁ ପାଥେୟ କରି ଏହା ସମ୍ଭବ ହୋଇପାରୁଥିବା ସେ କହିଛନ୍ତି । ଲଞ୍ଚ୍ ଭେହିକଲ୍ ଛଡା ସ୍କାଏରୁଟ୍ ‘ଧଓ୍ୱନ-ଆଇ’ ନାମକ ଏକ କ୍ରିଓଜେନିକ୍ ଇଞ୍ଜିନ ମଧ୍ୟ ପ୍ରସ୍ତୁତ କରୁଛି ସ୍କାଏରୁଟ୍ । ଯାହାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତୀଶ ଧଓ୍ୱନଙ୍କ ନାମରେ ନାମିତ କରାଯାଇଛି । ‘ଧଓ୍ୱନ-ଆଇ’ ଉଭୟ ଏଲ୍ଏନଜି ଓ ଲିକ୍ୱିଡ୍ ଅକ୍ସିଜେନରେ ଗତି କରିବ । ପଓ୍ୱନ କୁମାର ଚନ୍ଦନା ସ୍କାଏରୁଟ୍ ଏରୋସ୍ପେସ୍ କମ୍ପାନୀର ସିଇଓ ଏବଂ ନାଗା ଭାରତ ଡାକା ସିଓଓ ।
BREAKING NEWS
- ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିପାରେ ରୋକ୍
- Silent Warriors Of Indian Army: ଜାଣନ୍ତି କି ଭାରତୀୟ ସେନାର ନୀରବ ଯୋଦ୍ଧା କିଏ?, ଗଣତନ୍ତ୍ର ଦିବସ ପରେଡ୍ ମାର୍ଚ୍ଚରେ କରିବେ ଅଂଶଗ୍ରହଣ…
- ଆମେ ଭେନେଜୁଏଲାର ବିକାଶ ଉପରେ ଚିନ୍ତିତ: ଜୟଶଙ୍କର
- Census 2026: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା
- Aparajita sarangi meets Nitin gadkari: ନୀତିନ ଗଡକରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ, ନିଆଗଲା ବଡ଼ ନିଷ୍ପତ୍ତି
- Donald Trump Fears Impeachment: ଟ୍ରମ୍ପଙ୍କୁ ଘାରିଛି ପଦବୀ ଯିବା ଭୟ…ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ହାରିଯିବ କି ରିପବ୍ଲିକାନ୍ ପାର୍ଟି? , ସାଂସଦମାନଙ୍କୁ ଦେଲେ କଡ଼ା ଚେତାବନୀ…
- ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ଲେଖିପାରିବେ
- 5th-Gen fighter Jet: ଭାରତର ନୂଆ ଫାଇଟର ଜେଟ…ଭୟ କଲାଣି ଆମେରିକା, ଚୀନ
- BJP-Congress Alliance: ବିଜେପି-କଂଗ୍ରେସ ମିଳାଇଲେ ହାତ!
- ଜିଦରେ ଅଟଳ ଡାକ୍ତର ସଂଘ; ଏସମା ଲାଗୁ ପରେ ବି ଆନ୍ଦୋଳନ ଜାରି…
Comments are closed.