Latest Odisha News

BREAKING NEWS

ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ଗମ୍ଭୀର ହୋଇଛି । ଏଠାରେ ଏକ୍ୟୁଆଇ (ଏୟାର କ୍ୱାଲିଟୀ ଇଣ୍ଡେକ୍ସ) ୩୨୯ରେ ପହଞ୍ଚିଛି । ଯାହା ‘ଭେରି ପୁଅର୍’ କ୍ୟାଟେଗରୀ । ବାୟୁମଣ୍ଡଳର ଗୁଣବତ୍ତା ନିର୍ଦ୍ଧାରଣ ମାନଦଣ୍ଡରେ ଜଣାପଡିଛିଯେ ନୋଏଡା ଭଳି ଏନସିଆରରେ ମଧ୍ୟ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି ବାୟୁମଣ୍ଡଳ । ଦିଲ୍ଲୀ ଏନସିଆରରେ ଏକ୍ୟୁଆଇ ୩୮୦ ସ୍ତରରେ ରହିଛି । ଗୁରୁଗାଓଁରେ ୩୩୬ ରହିଥିବା ଜଣାପଡିଛି ।

ଏକ୍ୟୁଆଇ ଶୂନରୁ ୫୦ ଭିତରେ ରହିଲେ ଏହାକୁ ‘ଗୁଡ୍’, ୫୧ରୁ ୧୦୦ ମଧ୍ୟରେ ‘ସାଟିସଫାକ୍ଟରି’, ୧୦୧ରୁ ୨୦୦ ମଧ୍ୟରେ ରହିଲେ ‘ମୋଡେରେଟ୍’, ୨୦୧ରୁ ୩୦୦ ମଧ୍ୟରେ ରହିଲେ ‘ପୁଅର୍’, ୩୦୧ରୁ ୪୦୦ ମଧ୍ୟରେ ରହିଲେ ‘ଭେରି ପୁଅର’ ଓ ୪୦୧ରୁ ୫୦୦ ମଧ୍ୟରେ ରହିଲେ ‘ସିଭିଅର୍’ ଭାବେ ବର୍ଗୀକରଣ କରାଯାଉଛି ।

Leave A Reply

Your email address will not be published.