Latest Odisha News

BREAKING NEWS

ନେପାଳରେ ବଡ଼ଧରଣର ଭୂମିକମ୍ପ,୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ନେପାଳରେ ଭୂକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ନେପାଳର ବିଭିନ୍ନ ଅଞ୍ଚଳରେ ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଭୂକମ୍ପର ପ୍ରଭାବରେ ଦୋତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ଅନେକ ଘର ଭୁଶୁଡ଼ି ପଡ଼ିଛି। ସେହିପରି ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ଏହାର ପ୍ରଭାବ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ରାତି ପ୍ରାୟ ୨ଟା ବେଳେ ରାଜଧାନୀବାସୀ ଭୂକମ୍ପର ଝଟକା ଅନୁଭବ କରିଥିବା ସୂଚନା ମିଳିଛି ।

ମଙ୍ଗଳବାର ସକାଳେ ନେପାଳର ବିଭିନ୍ନ ସ୍ଥାନରେ ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ୧୫୫ କିମି ଦୂର ଉତ୍ତରପୂର୍ବ ଅଞ୍ଚଳରେ ରହିଥିଲା। ସେହିପରି ଭୂପୃଷ୍ଠରୁ ଏହା ୧୦୦ କିମି ଗଭୀରରେ ସୃଷ୍ଟି ହୋଇଥିଲା।

ବୁଧବାର ରାତିରେ ଲୋକମାନେ ଶୋଇଥିବା ବେଳେ ୬.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। କିଛି ଲୋକ ଝଟକା ପରେ ଖୋଲା ସ୍ଥାନକୁ ଦୌଡ଼ି ପଳାଇ ଯାଇଥିଲେ। ତେବେ ଦୋତି ଜିଲ୍ଲାରେ ଲୋକମାନେ ଶୋଇଥିବା ବେଳେ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି।

ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂକମ୍ପ କେନ୍ଦ୍ରସ୍ଥଳ ନେପାଳ ସୀମା ନିକଟ ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ୯୦ କିଲୋମିଟର ଦକ୍ଷିଣ ପୂର୍ବରେ ଥିଲା। ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶ, ହିମାଚଳ ଏବଂ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଏନେଇ ସେନା ବାହିନୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

 

Leave A Reply

Your email address will not be published.