କୋଲକାତା: ବିଜୟରୁ ଟି-ଟ୍ୱେଣ୍ଟି ଅଭିଯାନ ଆରମ୍ଭ । ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୫୮ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା । ପ୍ରଥମରୁ ପ୍ରହାର ଆରମ୍ଭ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ତାଙ୍କୁ ସାଥ ଦେଇଥିଲେ ଇଶାନ୍ କିଷାନ । ରୋହିତ ୪୦ ଓ ଇଶାନ୍ କିଷାନ ୩୫ ରନ୍ କରି ବିଜୟର ମୂଳଦୂଆ ପକାଇଥିଲା ।
ପରେ ସୂର୍ୟ୍ୟକୁମାର ଯାଦବ ୩୪ ରନ୍ ଓ ଭେଙ୍କଟେଶ ଆୟାର ୨୪ ରନ୍ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ । ମାତ୍ର ୪ ୱିକେଟ ବିନିମୟରେ ୭ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତି ରୋହିତ ଶର୍ମା ୱେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।
ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍ କରିଥିଲା । ନିକୋଲାସ୍ ପୁରଣ ସର୍ବାଧିକ ୬୧ ରନ୍ ପିଟିଥିଲେ । ଶେଷ ଆଡକୁ କିରଣ ପୋଲାର୍ଡ ୧୯ ବଲରୁ ଅପରାଜିତ ୨୪ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ହର୍ଷଲ ପଟେଲ୍ ଓ ରବି ବିଷ୍ଣୋୟୀ ୨ଟି ଲେଖାଏ ୱିକେଟ ନେଇଥିଲେ । ଭୁବନେଶ୍ୱର କୁମାର, ଦୀପକ ଚହର, ଯୁଜବେନ୍ଦର ଚହଲଙ୍କ ଖାତାରେ ଗୋଟିଏ ଲେଖାଏ ୱିକେଟ ପଡ଼ିଥିଲା ।
BREAKING NEWS
- 50% Tariffs: ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ରାଷ୍ଟ୍ରଗୁଡ଼ିକ ଉପରେ ଟ୍ରମ୍ପଙ୍କ ୫୦% ଶୁଳ୍କ ଘୋଷଣା
- ଆଇପିଏଲ ଇତିହାସରେ ଦ୍ରୁତ ୫୦୦ ବାଉଣ୍ଡରୀ ମାରିଥିବା ବ୍ୟାଟ୍ସମ୍ୟାନ
- LPG Blackmarket: ରାଜ୍ୟରେ ଏଲପିଜି କଳାବଜାରୀ :୩୪୩୫ ସିଲିଣ୍ଡର ଜବତ,୫ ଗିରଫ
- 5kg LPG: ରାଜ୍ୟର ପେଟ୍ରୋଲ୍ ପମ୍ପରେ ମିଳିବ ୫ କେଜି ଏଲ୍ପିଜି ଗ୍ୟାସ୍;ରିଫିଲିଂ ପାଇଁ ଏତିକି ଟଙ୍କା ପଡ଼ିବ
- Kalinga Hospital: ମ୍ୟାକ୍ସ ୩୦୦କୋଟିରେ କଳିଙ୍ଗ ହସ୍ପିଟାଲର ନିୟନ୍ତ୍ରଣ ଅଂଶଧନ ଅଧିଗ୍ରହଣ କଲା
- Sasmit Patra Resigns:ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା
- ଆଇପିଏଲ: ଆଉ ଏକ କଡା ନିୟମ ଲାଗୁ କଲା ବିସିସିଆଇ
- Industrial Projects In Khordha:୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ;ସୃଷ୍ଟି ହେବ ୫୯,୦୦୦ ରୁ ଅଧିକ ନିଯୁକ୍ତି
- ଦିଲ୍ଲୀ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ଧୋନୀ
- Job Alert: ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି; ୩୦ଜିଲ୍ଲାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା…
Comments are closed.