Latest Odisha News

ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ୨.୩୫ କୋଟି ଠକେଇ, ୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ବର: ୨.୩୫ କୋଟି ଠକେଇ ଅଭିଯୋଗରେ ୨ଜଣ ଦୋଷୀ ସାବ୍ୟସ୍ତ। ଦୋଷୀ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ। ବାଲେଶ୍ଵର ଓପିଆଇଡି କୋର୍ଟ ପକ୍ଷରୁ ଏମାନଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅନାଦେୟ ୨ ବର୍ଷ ଅଧିକ ଜେଲ ହେବ ।

ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ ୩ କୋଟି ଟଙ୍କାର ଠକେଇ କରିଥିଲେ। ଇନସ୍ୟୁରାନ୍ସ ପଲିସି ଜରିଆରେ କରିଥିଲେ ଠକେଇ। କେନ୍ଦ୍ର ଅର୍ଥ ବିଭାଗ ନାଁ ରେ ଫୋନ କରି ରଚିଥିଲେ ଠକେଇର ବ୍ଲୁ ପ୍ରିଣ୍ଟ। ବଡ଼ ବଡ଼ ଅଧିକାରୀଙ୍କ ନାଁ ନେଇ ବ୍ୟବସାୟୀଙ୍କୁ ଚୁନା ଲଗାଇଥିଲେ। ଇନକମ ଟ୍ୟାକ୍ସ, ଆରବିଆଇର କିଛି ନକଲି ଡକ୍ୟୁମେଣ୍ଟ ବ୍ୟବସାୟୀ ଜଣଙ୍କୁ ପଠାଇଥିଲେ ଅଭିଯୁକ୍ତ। ୨୦୧୯ ମସିହାରେ ହୋଇଥିଲା ଏହି ଠକେଇ। ଠକେଇ ପରେ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ତ ହୋଇଥିଲେ ବ୍ୟବସାୟୀ ପ୍ରମୋଦ ରାଉତ। ୨୦୨୨ ମାର୍ଚ୍ଚ ୧୫ ହିମାଂଶୁ ଭଣ୍ଡାରୀ ଗିରଫ ହୋଇଥିଲେ। ୨୦୨୨ ନଭେମ୍ବର ୧୧ ରେ ବିଜୟ ଭରଦ୍ୱାଜ ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା EOW।

 

 

 

Comments are closed.