Latest Odisha News

BREAKING NEWS

ହେମନ୍ତ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି, ଜେରା ପାଇଁ ସ୍ଥାନ ଓ ସମୟ ସ୍ଥିର କରିବାକୁ ନିର୍ଦ୍ଦେଶ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୦ମ ଥର ସମନ ପଠାଇଛି । ଆସନ୍ତା ୨୯ ତାରିଖ ନା ୩୧ କେବେ ଏବଂ କେଉଁ ସ୍ଥାନରେ ହାଜର ହେବେ ସେନେଇ ପ୍ରଶ୍ନ କରିଛି ଇଡି । ଏଜେନ୍ସି ସୋରେନଙ୍କୁ କହିଛନ୍ତି ଯେ, ଯଦି ସେ ଡାକିବା ପୂର୍ବରୁ ହାଜର ନ ହୁଅନ୍ତି, ତେବେ ଇଡିର ଏକ ଟିମ୍ ନିଜେ ତାଙ୍କ ନିକଟକୁ ଆସିବ ।

ତେବେ ଅଷ୍ଟମ ସମନ ପରେ ଜାନୁଆରୀ ୨୦ ତାରିଖରେ ଇଡି ମନି ଲଣ୍ଡରିଂ ତଦନ୍ତ ମାମଲାରେ ସୋରେନଙ୍କ ରାଞ୍ଚି ସ୍ଥିତ ସରକାରୀ ବାସଭବନରେ ପ୍ରଥମଥର ପାଇଁ ବୟାନ ରେକର୍ଡ କରିଥିଲା । ପ୍ରାୟ ୭ ଘଣ୍ଟା ମଧ୍ୟରେ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଏହି ବୟାନ ରେକର୍ଡ କରିଥିଲା ଇଡି । ହେଲେ କୌଣସି ସନ୍ତୋଷଜନକ ଉତ୍ତର ନମିଳିଥିବାରୁ ପୁଣି ଥରେ ହେମନ୍ତ ସୋରେନକୁ ଚିଠି ଲେଖି ସ୍ଥାନ ଏବଂ ତାରିଖ ସ୍ଥିର କରିବା ପାଇଁ କହିଛି ।

ସୂଚନାଯୋଗ୍ୟ ଯେ, ପ୍ରଥମେ ନଭେମ୍ବର ୧୮ ତାରିଖ ୨୦୨୨ ମସିହାରେ ବେଆଇନ ଖଣି ମାମଲାରେ ଇଡି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରିଥିଲା । ଏହାପରେ ଏକାଧିକ ଲୋକଙ୍କ ନାମ, ଠିକଣା ଓ ଅନ୍ୟ ନକଲି କାଗଜପତ୍ର ବ୍ୟବହାର କରି ରାଞ୍ଚିରେ ଥିବା ଭାରତୀୟ ସେନା ଅଧିକୃତ ଜମିକୁ ବେଆଇନ ଦଖଲ କରାଯାଇଥିଲା । ଏହି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ନାଁ ମଧ୍ୟ ଆସିଥିଲା । ଯାହାକୁ ନେଇ ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ସମନ କରିଥିଲା ଇଡି ।

ଏହି ମାମଲାରେ ସମ୍ପୃକ୍ତ ରାଜ୍ୟ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ରାଞ୍ଚିର ଡେପୁଟି କମିସନର ଭାବେ କାର୍ଯ୍ୟ କରିଥିବା ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଛବି ରଞ୍ଜନଙ୍କ ସମେତ ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ଗିରଫ କରିଛି ଇଡି ।

Leave A Reply

Your email address will not be published.