ଗୋପ: ଥାନାରୁ ଚମ୍ପଟ ମାରିଲେ ଦୁଇ ଅଭିଯୁକ୍ତ । ଶୌଚ ହେବା ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ଖସି ଯାଇଛନ୍ତି ଏହି ଦୁଇ ଜଣ । ଏଭଳି ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ଗୋପ ଥାନାରୁ । ଦୁଇ ଜଣଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ଗୋପ ଥାନା ପୋଲିସ ।
ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିପାରି ନାହିଁ ପୋଲିସ । ଏହି ଖବର ବ୍ୟାପିବା ପରେ ଗୋପ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଦୋକାନରୁ ଚୋରି ଅଭିଯୋଗରେ ଗୋପ ପୋଲିସ ଉଠାଇ ଆଣି ପଚରାଉଚରା କରୁଥିଲା ।
ତେବେ ଏତେ ସୁରକ୍ଷା ସତ୍ତ୍ବେ ଶୌଚ ହେବା ବାହାନାରେ କେମିତି ଥାନାରୁ ଏତେ ସହଜରେ ଅପରାଧୀ ଖସି ଚାଲିଗଲେ ସେନେଇ ପ୍ରଶ୍ନ ଉଠୁଛି ।
Comments are closed.