Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା + ୨ ରେ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର : + ୨ ରେ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ସେମାନଙ୍କର ମନୋନୀତ କଲେଜରେ ନାମ ଲେଖାଇ ପାଠ୍ୟକ୍ରମରେ ସାମିଲ ହୋଇପାରିବେ । ଏଥିଲାଗି ବିଭିନ୍ନ କଲେଜ ଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ଫଳରେ କଲେଜ ଗୁଡ଼ିକରେ ଛାତ୍ରଛାତ୍ରଙ୍କ ଭିଡ଼ ଲାଗିରହିଛି ।

୧ମ ମେରିଟ ଲିଷ୍ଟରେ ଯେଉଁ ଛାତ୍ରଛାତ୍ରୀ ରହିଛନ୍ତି ସେମାନେ ଆଜି ନାମଲେଖାଇ ପାରିବେ । ଆସନ୍ତା ୫ ତାରିଖ ଯାଏ ନାମଲେଖାଇବାକୁ ତାରିଖ ଧାର୍ଯ୍ୟ ହୋଇଛି ।

ବିଭିନ୍ନ କଲେଜରେ ସମୁଦାୟ ୩ ଲକ୍ଷ ୪୧ ହଜାର ୯୨୭ ଜଣ କୃତୀ ଛାତ୍ରଛାତ୍ରୀ କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି ।
୨ୟ କଟ ଅଫ ମାର୍କ ଲିଷ୍ଟ ଜୁଲାଇ ୧୦ ତାରିଖରେ ଘୋଷିତ ହେବ । ତେଣୁ ୨ୟ ପର୍ଯ୍ୟାୟ ନାମଲେଖା ଆସନ୍ତା ଜୁଲାଇ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି ।

ସୂଚନାଯୋଗ୍ୟ ଗତ ଜୁନ ୧ରୁ ୨୩ ତାରିଖ ମଧ୍ୟରେ ପ୍ରାୟ ୪ ଲକ୍ଷ ୪୧ ହଜାର ୩୦୬ ଜଣ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ବିଭିନ୍ନ ଶ୍ରେଣୀରେ ନାମଲେଖାଇବାକୁ ୨,୦୦୧ଟି ବିଭିନ୍ନ କଲେଜକୁ ଆବେଦନ କରିଥିଲେ ।

ବିଜ୍ଞାନ ୧ମ କଟ ଅଫ ଲିଷ୍ଟରେ ୮୮.୮୩ % ସହିତ କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ୮୮.୩୩ % ସହିତ ଭୁବନେଶ୍ୱର ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୮୮% ସହିତ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟା ମନ୍ଦିର ବିଦ୍ୟାଳୟ ରହିଛନ୍ତି ।

ସେହିପରି କଳାରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ସାଇଁକୂଳ କଲେଜ ୭୮.୯୭% ସହିତ କଟ ଅଫ ଲିଷ୍ଟରେ ୧ମ ରହିଥିବା ବେଳେ ବାଣିଜ୍ୟରେ ଭୁବନେଶ୍ୱରରର ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୧ମ କଟ ଅଫ ଲିଷ୍ଟରେ ରହିଛନ୍ତି ।

Leave A Reply

Your email address will not be published.