Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: କ୍ୱାର୍ଟର ଫାଇନାଲରେ ରୁଷିଆ ଓ କ୍ରୋଏସିଆ

ମସ୍କୋ : ବିଶ୍ୱକପ ଫୁଟବଲରେ ନିଜ ଦେଶଲାଗି ଇତିହାସ ସୃଷ୍ଟି କରିଛି ରୁଷିଆ ଦଳ । ପ୍ରି-କ୍ୱାର୍ଟର ଫାଇନାଲରେ ଆୟୋଜକ ରୁଷିଆ ଶକ୍ତିଶାଳୀ ସ୍ପେନ ଦଳକୁ ଅପ୍ରତ୍ୟାଶିତ ଭାବେ ମ୍ୟାଚ ୧-୧ ରେ ଡ୍ର ରଖିବା ପରେ ପେନାଲ୍ଟି ସୁଟ ଆଉଟରେ ୪-୩ ଗୋଲ ବ୍ୟବଧାନରେ ବିଜୟ ହାସଲ କରିପାରିଛି । ଫଳରେ ରୁଷିଆ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି ।

ସେହିପରି ଅନ୍ୟ ଏକ ମ୍ୟାଚରେ କ୍ରୋଏସିଆ ଡ଼େନମାର୍କକୁ ୩-୨ ପେନାଲ୍ଟି ସୁଟ ଆଉଟରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନିତ ହୋଇଛି । ନିର୍ଦ୍ଦାରିତ ୯୦ ମିନିଟ ଖେଳରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବା ପରେ ଖେଳ ଡ୍ର ହୋଇଥିଲା । ପରେ ପେନାଲ୍ଟି ସୁଟରେ ୩-୨ ଗୋଲ ବ୍ୟବଧାନରେ କୋଏସିଆ ବିଜୟ ଲାଭ କରିପାରିଛି ।

Leave A Reply

Your email address will not be published.