Latest Odisha News

ରାଜଧାନୀରେ ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ୨ଟି ଆପ୍ଲିକେସନ୍, ମତଦାନରେ ହେବ ସହାୟକ

ଭୁବନେଶ୍ୱର: ଆଗାମୀ ୨୫ ତାରିଖରେ ଭୁବନେଶ୍ବରରେ ସାଧାରଣ ନିର୍ବାଚନ ୨୦୨୪ ଅନୁଷ୍ଠିତ ହବାକୁ ଯାଉଛି। ଯେଉଁଥିରେ ୫ଟି ବିଧାନସଭା ଆସନ ନିମନ୍ତେ ସର୍ବମୋଟ ୧୧୩୨ ଟି ବୁଥ ପାଇଁ ୫୧ ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହିତ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ୱ ପୋଲିସ କର୍ମଚାରୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିୟୋଜିତ ହୋଇଛନ୍ତି। ନିର୍ବାଚନ ସମୟରେ ପୋଲିସର ଭୂମିକାକୁ ସୂଚାରୁ ଭାବରେ ତୁଲାଇବା ପାଇଁ ଏବଂ ଜନ ସାଧାରଣ ନିଜର ମତଦାନ ସୁବିଧାରେ କରିବାର ସହାୟକ ହେବା ନିମନ୍ତେ କମିଶନେରେଟ ପୋଲିସ ଓ ଓଆରଏସଏସି ଦ୍ଵାରା ପିପିବିଏମଏସ (PPBMS) ଏବଂ ଭିଟିଏସ(VTS) ନାମରେ ଦୁଇଟି ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି ।

ଏହି ଆପ୍ଲିକେଶନ ମାଧ୍ୟମରେ ବର୍ତ୍ତମାନ ପୋଲିଂ ଅବଧିରେ ପେଟ୍ରୋଲିଂ ୟୁନିଟ୍ ଗୁଡିକର ଅବସ୍ଥିତିକୁ ନଜରରେ ରଖି ଜରୁରୀ ସମୟରେ ଦରକାର ଥିବା ସ୍ଥାନକୁ ତୁରନ୍ତ ପଠାଯାଇ ପାରିବ। ଏହି ଆପ୍ଲିକେସନ ମାଧ୍ୟମରେ ବୁଥରେ ନିୟୋଜିତ ଥିବା କର୍ମୀ କଣ୍ଟ୍ରୋଲ ରୁମ ସହିତ ସିଧାସଳଖ ବୁଥର ପ୍ରତ୍ଯେକ ସମୟର ସ୍ଥିତି, ଧାଡିରେ ଅପେକ୍ଷା କରିଥିବା ଭୋଟରଙ୍କ ସଂଖ୍ୟା, ବିଶୃଖଳା ହେଲେ ତୁରନ୍ତ ଫଟୋ କିମ୍ବା ଭିଡିଓ ସହିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିପାରିବ। ମୋବାଇଲ୍ ପାର୍ଟିଗୁଡିକ ପାଇଁ ମାର୍ଗଗୁଡିକ ପୂର୍ବରୁ ନିର୍ଦ୍ଦିଷ୍ଟ କରାଯାଇଛି, ଯେଉଁଥିରେ ପାଟ୍ରୋଲିଂ ହେବ ଏବଂ ସେହି ରାସ୍ତାରୁ କୌଣସି ପରିବର୍ତ୍ତନ ହେଲେ କଣ୍ଟ୍ରୋଲ ରୁମରେ ଥିବା ଡ୍ୟାସ୍ ବୋର୍ଡରେ ଏକ ଅଫ୍ ରୁଟ୍ ଆଲର୍ଟ ସୃଷ୍ଟି ହେବ।

ପିପିବିଏମଏସ (Police Patrolling & Booth Monitoring System) ଏବଂ ଭିଟିଏସ (Vehicle Tracking System) ହେଉଛି ଏକ ୱେବ୍ ଏବଂ ମୋବାଇଲ୍ ଜିଆଇଏସ ଆଧାରିତ ଆପ୍ଲିକେସନ ଯାହାକି କମିଶନେରେଟ ପୋଲିସ ପାଇଁ କଣ୍ଟ୍ରୋଲ୍ ରୁମରୁ ନିର୍ବାଚନ ପାଇଁ ପ୍ରଦର୍ଶିତ ପୋଲିସ୍ ଗାଡିର ଟ୍ରାକିଂ ଏବଂ ମନିଟରିଂ ପାଇଁ ବିକଶିତ ହୋଇଛି। ଏଥିରେ ମତଦାନ ବୁଥ୍ ଲାଇଭ୍ ଅପଡେଟ୍ ଅନ୍ତର୍ଭୂକ୍ତ ହୋଇଛି ଯାହା ଡ୍ୟାସବୋର୍ଡରେ ପ୍ରତିଫଳିତ ହେବ। ମୋବାଇଲ୍ ଆପ୍ ଆଧାରିତ ଆଲର୍ଟ, ଘଟଣା ଏବଂ ଏସଓଏସ ମେସେଜ୍ ନିକଟସ୍ଥ ମୋବାଇଲ୍ ପାର୍ଟି ଏବଂ କଣ୍ଟ୍ରୋଲ୍ ରୁମ୍‌କୁ ପହଞ୍ଚାଯାଇ ପାରିବ। ବୁଥର ଅବସ୍ଥିତି, ମୋବାଇଲ ପାର୍ଟିର ପୂର୍ବ ନିର୍ଧାରିତ ସୀମା ଏବଂ ପୋଲିସ୍ ଥାନାର ସୀମା ପାଇଁ ଜିଓଡାଟାବେସ୍ ଓଆରଏସଏସି ଜିଓରେଫେରେଡେଡ୍ କ୍ୟାଡଷ୍ଟ୍ରାଲ୍ ଲେଭଲ୍ ମ୍ୟାପ୍ ଏବଂ ଅର୍ଥୋ ଇମେଜ୍ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି।

 

Comments are closed.