Latest Odisha News

BREAKING NEWS

କଟକ ପୋଲିସ ହାବୁଡରେ ଦୁଇ ସାଇବର ଠକ, ୩ଶହ ସିମ୍‌କାର୍ଡ ଜବତ

କଟକ : ପୋଲିସ ହାବୁଡରେ ସାଇବର ଠକ । ସାଧାରଣ ଲୋକଙ୍କୁ ଫୋନକରି ସାଇବର ଠକେଇ କରୁଥିବା ଅଭିଯୁକ୍ତଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ବାଲେଶ୍ୱରର ସୁଶାନ୍ତ କୁମାର ବେହେରା ଓ ଶଙ୍କର ଦାସ । । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନୋଟି ମୋବାଇଲ ଫୋନ୍ , ୩ଶହଟି ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି ସାଇବର ଥାନା ପୋଲିସ । ଅଭିଯୁକ୍ତ ଦୁଇ ଜଣ ରାଜ୍ୟ ତଥା ରାଜ୍ୟ ବାହାରେ ସାଇବର ଠକେଇ କରୁଥିବା ଓଡିଶାରେ ଆକ୍ଟିଭ୍ ହେଉଥିବା ସିମ୍ ଯୋଗାଉଥିଲା ।

ଗତ ୨୮ ତାରିଖରେ କଟକରେ ଜଣେ ବ୍ୟକ୍ତିଙ୍କୁ ସାଇବର ଠକକୁ ଫୋନ କରି ତାଙ୍କ ସିମ୍ ବନ୍ଦ ହୋଇଯିବ ବୋଲି କହି ଦୁଇଟି ଆପ୍ ଡାଉନ ଲୋଡ କରିବାକୁ କହିଥିଲେ । ବ୍ୟକ୍ତି ଜଣକ ସେହି ଆପ୍ ଡାଉନଲୋଡ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ବ୍ୟକ୍ତି ଜଣକ ସାଇବର ଠକାମୀର ଶିକାର ହୋଇଥିବା ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ପ୍ରକୃତ ଅଭିଯୁକ୍ତ ଏବେବି ଫେରାର ଅଛି । ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

Leave A Reply

Your email address will not be published.