Latest Odisha News

BREAKING NEWS

ପୋଲାଣ୍ଡର କ୍ୟାରୋଲିନା ହେଲେ ନୂତନ ବିଶ୍ୱ ସୁନ୍ଦରୀ

ନୂଆଦିଲ୍ଲୀ: ପୋଲାଣ୍ଡର କ୍ୟାରୋଲିନା ବିଲାୱସ୍କା ମିସ ୱାର୍ଲ୍ଡ (ବିଶ୍ୱ ସୁନ୍ଦରୀ) ୨୦୨୧ ଟାଇଟଲ ନିଜ ନାମରେ କରିଛନ୍ତି । ଜାମାଇକାର ଟୋନୀ ଏନ ସିଂ ତାଙ୍କୁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ । ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶ୍ରୀ ସୈନୀ ପ୍ରଥମ ରନର୍ସଅପ ଏବଂ ଆଇଭରୀ କୋଷ୍ଟର ଓଲଭିୟା ୟେସ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାରତର ମନଷା ୧୩ତମ ସ୍ଥାନରେ ରହିଥିଲେ ।

କ୍ୟାରୋଲିନା ଜଣେ ସମାଜସେବିକା । ସେ ବାସହୀନଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଗରିବ ଲୋକଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ସଂଗ୍ରହ କରିବା ତାଙ୍କର ମୂଖ୍ୟ ଉଦ୍ୟମ । ସେ ମ୍ୟାନେଜମେଂଟରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ଏବେ ପିଏଚଡି କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.