Latest Odisha News

କଶ୍ମୀରରେ ପୁନର୍ବାର ୨ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

କୁଲଗାମ: କଶ୍ମୀରରେ ଆତଙ୍କବାଦୀମାନେ ଟାଗେର୍ଡ କିଲିଂ କରିବା ଆରମ୍ଭ କରିଛନ୍ତି । ଆଜି ୨ ଜଣ ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୂୁଳି କରି ହତ୍ୟା କରିଛନ୍ତି । ସେମାନେ ହେଲେ ବିହାରର ରାଜା ଦେବ ଓ ଯୋଗୀନ୍ଦର ରେସି ଦେବ ବୋଲି ଜଣାପଡିଛି । ଶ୍ରମିକମାନେ ରହୁଥିବା ଭଡା ଘରେ ପ୍ରବେଶ କରି ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ । ଆହତ ଆଉ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି ।

ଏହା ପରେ ପୋଲିସ ଏଠାରେ ରହୁଥିବା ଅନ୍ୟ ରାଜ୍ୟର ସମସ୍ତ ଶ୍ରମିକଙ୍କୁ ପୋଲିସ ଥାନା କିମ୍ବା ଆର୍ମି କ୍ୟାମ୍ପ ତୁରନ୍ତ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଳ୍ପ ଦିନ ମଧ୍ୟରେ ଏଠାରେ ୧୦ରୁ ଊର୍ଦ୍ଧ୍ୱ କଶ୍ମୀରର ବାହାର ଲୋକଙ୍କୁ ହତ୍ୟା କରାଯାଇଛି ।

Leave A Reply

Your email address will not be published.