Latest Odisha News

BREAKING NEWS

ରାୟଗଡ଼ା ଝୁଲା ପୋଲରେ ଅଘଟଣ, ନାଗାବଳୀ ନଦୀରେ ବୁଡ଼ି ବାପା ଓ ପୁଅ ନିଖୋଜ

ରାୟଗଡା : ରାୟଗଡା ନାଗାବଳୀ ନଦୀ ଝୁଲାପୋଲ ଓ ହାତୀପଥର ନିକଟରେ ଅଘଟଣ । ମା’ ମଝିଘରିଆଣିଙ୍କ ଦର୍ଶନ ସାରି ଫେରୁଥିବା ବେଳେ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ବାପା-ପୁଅ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛି । ହେଲେ ସଂଧ୍ୟା ହୋଇଯିବାରୁ ଉଦ୍ଧାରକାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ।

BjdElectrycity

ସୂଚନା ଅନୁସାରେ, ପାରଳାଖେମୁଣ୍ଡି ସହରର କେ. ଶ୍ରୀନିବାସ ଓ ତାଙ୍କ ପୁଅ କେ. ଜୀତେନ୍ଦ୍ର ରାୟଗଡ଼ାର ମା’ ମଝିଘରିଆଣିଙ୍କ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲକୁ ଯାଇଥିଲେ । ଏହାପରେ ଝୁଲାପୋଲ ଓ ହାତୀପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ । ହେଲେ ପଥରରେ ଶିଉଳି ଥିବାରୁ କେ. ଶ୍ରୀନିବାସଙ୍କ ଗୋଡ ଖସି ଯାଇଥିଲା । ଫଳରେ ପାଣିର ସୁଅରେ ସେ ଭାସି ଯାଇଥିଲେ । ବାପା ଶ୍ରୀନିବାସଙ୍କୁ ଉଦ୍ଧାର କରିବା ପାଇଁ ପୁଅ ଜୀତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁ ପଡିଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପର୍ଯ୍ୟଟକ । ହେଲେ ବାପା-ପୁଅଙ୍କ କୌଣସି ପତ୍ତା ମିଳିନି ।

Leave A Reply

Your email address will not be published.