Latest Odisha News

BREAKING NEWS

ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ

ବଲାଙ୍ଗିର: ବିଳମ୍ବିତ ରାତିରେ ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଧାମନଡଙ୍ଗା ଗାଁ ନିକଟ ବୁଲାଣିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।

ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେଲା ଜଣା ପଡିନି । ଦୁଇ ମୃତକଙ୍କ ପରିଚୟ ମିଳି ପାରିନାହିଁ । ପୋଲିସ ପହଞ୍ଚି ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed, but trackbacks and pingbacks are open.