Latest Odisha News

BREAKING NEWS

ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ରହିଛି । ଏବେ ସେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି ।

ଏଥିସହ ଯେଉଁମାନେ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ କୋଭିଡ୍ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଏବେ ସେ ଆନ୍ଧ୍ରପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି ।

Comments are closed, but trackbacks and pingbacks are open.