Latest Odisha News

BREAKING NEWS

ବଢ଼ୁଛି ଶୀତ, ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ବଢ଼ୁଛି ଶୀତ । କୋହଲା ପବନରେ ଅସ୍ତବ୍ୟସ୍ତ ହେଉଛି ଜୀବନ । ପାଗ ଶୁଖିଲା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଘନ କୁହୁଡ଼ି ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି କଟକ, ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଛଇ । କୁହୁଡ଼ି ଯୋଗୁଁ ଯାନବାହାନ ଯିବାଆସିବାରେ ଅସୁବିଧା ହୋଇଥିଲା । ଘନ କୁହୁଡ଼ି ପାଇଁ ମୟୁରଭଞ୍ଜକୁ ପୁଣି ଫେରିଛି ଶୀତ । ସକାଳ ସାଢ଼େ ୭ଟା ଯାଏଁ କୁହୁଡ଼ିର ପ୍ରକୋପ କମିନି । ସେପଟେ ଶୀତରେ ଥରୁଛି ଦାରିଙ୍ଗବାଡ଼ି । ଶୀତରୁ ନିସ୍ତାର ପାଇବା ପାଇଁ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।

ପୁଣି ରାଜ୍ୟରୁ ଶୀତ ଗାଏବ ହେବ । ଆସନ୍ତା ୨୦ ତାରିଖରୁ ରାତି ତାପମାତ୍ରା ୬ ଡ଼ିଗ୍ରୀ ବଢ଼ିଯିବ । ୨୩ତାରିଖରୁ ବର୍ଷା ଆଶଙ୍କା ରହିଛି ପୂର୍ବାନୁମାନ ହୋଇଛି ।

Comments are closed, but trackbacks and pingbacks are open.