Latest Odisha News

BREAKING NEWS

Accident: ୨ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ, ୫ ଗୁରୁତର

କୋରାପୁଟ: ଦୁଇ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି-ଅମ୍ପାବାଲି ରାସ୍ତାର ପେଟୁରୁ ଛକ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି।

ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ପଟ୍ଟାଙ୍ଗି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟସ୍ଥିତ ସହିଦ ଲକ୍ଷଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।

ଖବରମୁତାବକ, ଆନ୍ଧ୍ର ସାଲୁର ମଣ୍ଡଳର ବାରିଗାଁର ଏକ ପରିବାର ନିଜ ବାଇକ (AP39DS 5601) ଯୋଗେ ଗୋଟିଏ ପରିବାରର ସେଡା ଆପାନା, ସ୍ତ୍ରୀ ସେଡା ଅନିତା, ୫ ବର୍ଷ ବୟସର ଝିଅ ଓ ୨ ବର୍ଷ ବୟସର ପୁଅକୁ ନେଇ ଅମ୍ପାବାଲି ଗ୍ରାମପଞ୍ଚାୟତର ଗୁମୁଡୁପାଡୁ ଗ୍ରାମକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ ଯୋଗେ ଚିନ୍ତା ଏକୁବୁ, ସଙ୍କେଲି କୃପା, ମୁଷୁରୀ ସିନାୟ ଆସୁଥିଲେ । ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।

ଘଟଣା ସ୍ଥଳରେ ସୁଙ୍କି ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 

Leave A Reply

Your email address will not be published.