Latest Odisha News

କରୋନା ପଜିଟିଭ ଚିହ୍ନଟ ହେଲେ ଦୁଇ ପୋଷା ବିଲେଇ

ନ୍ୟୁୟର୍କ: କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ ବର୍ତ୍ତମାନ ଏହି କୋଭିଡ୧୯ ଭୂତାଣୁ ପୋଷା ଜନ୍ତୁଙ୍କ ଠାରେ ମଧ୍ୟ ଦେଖା ଦେଇଛି ।

ଆମେରିକାରର ନ୍ୟୁୟର୍କ ସହରରେ ୨ ଟି ପୋଷା ବିଲେଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଶ୍ୱାସକ୍ରିୟାରେ ସାମାନ୍ୟ କଷ୍ଟ ଅନୁଭବ କରୁଥିବା ଏହି ଦୁଇ ବିଲେଇ ସେମାନଙ୍କ ପରିବାର କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ବୋଲି ଆମେରିକାର କୃଷି ବିଭାଗ ଏବଂ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ସୂଚନା ଦେଇଛି ।

ପୂର୍ବରୁ ଆମେରିକାର ଏକ ଚିଡ଼ିଆଖାନାରେ ଗୋଟିଏ ବାଘ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିଲା, କିନ୍ତୁ ପୋଷା ଜନ୍ତୁ ଭାବେ ବିଲେଇ କରୋନାରେ ଆକ୍ରାନ୍ତ ହେବାକୁ ପ୍ରଥମ ଘଟଣା ବୋଲି କୁହାଯାଉଛି।

Comments are closed.