Latest Odisha News

BREAKING NEWS

କରୋନା ମୁକାବିଲା ଲାଗି ୩ ଜିଲ୍ଲାରେ ତିନି ସଚିବଙ୍କୁ ଦାୟିତ୍ଵ

ଭୁବନେଶ୍ୱର: ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଓଡିଶା ସରକାର। ଯାହା ଫଳରେ ଏହି ଭାଇରସ ନିୟନ୍ତ୍ରଣ ଲାଗି ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ଉକ୍ତ ୩ଟି ଜିଲ୍ଲାର ଦାୟିତ୍ଵ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ବିଶାଲ ଦେବଙ୍କୁ ଏକ ଚିଠିରେ କୁହାଯାଇଛି ଯେ ତିନିଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ – ମୁଖ୍ୟ ସଚିବ, ଏକ୍ସାଇଜ୍, ଏସ.କେ ଲୋହାନି, ରାଜ୍ୟପାଳଙ୍କ କମିଶନର-କମ-ସେକ୍ରେଟାରୀ, ପି.କେ ମେହେର୍ଦ୍ଦା ଏବଂ ସ୍ୱତନ୍ତ୍ର ସଚିବ, କୃଷି ଏବଂ କୃଷକ ସଶକ୍ତିକରଣ ଏସ.କେ ବଶିଷ୍ଠ ଏହି ଦାୟିତ୍ବରେ ରହିବେ।

ଏହି ସଚିବ ମାନେ ଭଦ୍ରକ, ଯାଜପୁର ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରି କୋଭିଡ-୧୯ ପରିଚାଳନା ବ୍ୟବସ୍ଥାର ତଦାରଖ କରିବେ ଓ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ ବୋଲି ସୂଚନା ମିଳିଛି।

ଏହି ତିନିଜଣ ଅଧିକାରୀଙ୍କୁ ଭୁବନେଶ୍ୱରରେ ନିୟୋଜିତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ତଥା ଅନ୍ୟ କୋଭିଡ ପର୍ଯ୍ୟବେକ୍ଷକଙ୍କ ଠାରୁ ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିବାକୁ କୁହାଯାଇଛି।

Leave A Reply

Your email address will not be published.