Latest Odisha News

BREAKING NEWS

କୋଭିଡ ହସ୍ପିଟାଲରୁ ୨ କରୋନା ରୋଗୀ ଫେରାର

ବ୍ରହ୍ମପୁର: କୋଭିଡ ହସ୍ପିଟାଲରୁ ଛୁ ମାରିଲେ ଦୁଇ କରୋନା ରୋଗୀ । ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଟାଟା କୋଭିଡ ହସ୍ପିଟାଲରୁ ୨ କରୋନା ରେଗାୀ ଫେରାର ହୋଇଯାଇଛନ୍ତି । ଏନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଗତ ୩ ତାରିଖରେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଏ ଦୁଇ ଜଣ ଅର୍ଜୁନ ସ୍ବାଇଁ ଓ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଅବକାରୀ ଗୁଇନ୍ଦା ଟିମ୍ ଗିରଫ କରିଥିଲା । ଏଥିସହ ଏ ଦୁଇ ଜଣଙ୍କ ନିକଟରୁ ୧କ୍ବିଣ୍ଟାଲ୍ ଗଂଜେଇ ଓ ଏକ ଟାଟା ସୁମୋ ମଧ୍ୟ ଜବତ ହୋଇଥିଲା । ୪ ତାରିଖରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ ହୋଇଥିଲେ।

ଜେଲ୍‌ରେ ଉଭୟଙ୍କ ସ୍ବାବ୍ ସଂଗ୍ରହ କରା ଯାଇଥିଲା। ୮ ତାରିଖରେ ପଜିଟିଭ୍ ଆସିବା ପରେ ଉଭୟଙ୍କୁ କୋଭିଡ୍ କେୟାର୍ ସେଣ୍ଟର୍ ‌ଓ ପରେ ଗତ ୧୦ ତାରିଖରେ ଟାଟା କୋଭିଡ଼୍ ହସ୍‌ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ତେବେ ଉଭୟେ ଡାକ୍ତରଖାନା କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଖସି ଯାଇଛନ୍ତି।

Comments are closed.