Latest Odisha News

BREAKING NEWS

ଡାକ୍ତରଙ୍କୁ ମିଳିବ ଭୋଜନ ଭତ୍ତା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଜଟିଳ ହେଉଛି କରୋନା ସ୍ଥିତି । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକ । ଏଥିପାଇଁ କୋଭିଡ କେୟାର ସେଂଟରରେ କାର୍ଯ୍ୟରତ ଡାକ୍ତରଙ୍କୁ ଭୋଜନ ଭତ୍ତା ମିଳିବ । ପାରାମେଡ଼ିକାଲ କର୍ମଚାରୀଙ୍କୁ ବି ଦୈନିକ ୨୪୦ଟଙ୍କାର ଭତ୍ତା ମିଳିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

କେବଳ ସରକାରୀ କୋଭିଡ଼ କେୟାର ସଂସ୍ଥା ପାଇଁ ଭତ୍ତା ଲାଗୁ କରାଯିବ । କୋଭିଡ଼ ହସ୍ପିଟାଲ ଓ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ବି ଏହି ନିୟମ ଲାଗୁ ହେବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ଭରଣା କରାଯିବ । ଅର୍ଥ ଆକାରରେ ନୁହେଁ ଖାଦ୍ୟ ରୂପରେ ଏହି ଭତ୍ତା ଯୋଗାଇ ଦିଆଯିବ । ଉନ୍ନତ ମାନର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବାକୁ ସବୁ ଜିଲ୍ଲାକୁ ଚିଠି ଲେଖାଯିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.