ଭୁବନେଶ୍ୱର: କର୍ତ୍ତବ୍ୟ ଆଗରେ ହୋମଗାର୍ଡ ମାଆ ଭୁଲିଗଲା ଝିଅକୁ ହରାଇଥିବାର ଦୁଃଖ । ଝିଅ ମୃତ୍ୟୁର ଦୁଇ ଦିନ ପରେ ଯୋଗ ଦେଲା କରୋନା ଡ୍ୟୁଟିରେ ।
ଏହି ମାଆ ଜଣଙ୍କ ହେଲେ ଗୌରି ବେହେରା । ପୁରୀ ପିପିଲି ଥାନାରେ ହୋମଗାର୍ଡ ଭାବେ କାମ କରନ୍ତି । ପରିବାର କହିଲେ ୧୩ ବର୍ଷର ଝିଅ ଲୋପାମୁଦ୍ରା, ବୟସ୍କ ବାପା ମାଆ ଓ ଜଣେ ଭିନ୍ନକ୍ଷମ ଭାଇ । ଗତ କିଛି ଦିନ ତଳେ ଜଣାପଡିଥିଲା ଯେ ଲୋପାମୁଦ୍ରାକୁ କ୍ୟାନସର ହୋଇଛି । ଏଥି ପାଇଁ ତାର ଚିକିତ୍ସା ଚାଲିଥିଲା । ଗତ ୨୪ ତାରିଖରେ ଗୌରୀଙ୍କୁ ଫୋନ ଆସିଲା ଯେ ଝିଅ ଲୋପାମୁଦ୍ରା ଅସୁସ୍ଥ ହୋଇପଡିଛି । ତରବର ହୋଇ ଘରକୁ ଫେରିଲା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା ।
ବହୁ ବର୍ଷ ତଳେ ଗୌରୀଙ୍କୁ ସ୍ୱାମୀ ଛାଡି ଚାଲି ଯାଇଛନ୍ତି । ଏହାପରେ ଝିଅକୁ ନେଇ ବାପଘରେ ଆଶ୍ରୟ ନେଇଥିଲେ ଗୌରୀ । ୧୯୯୮ ମସିହାରେ ହୋମଗାର୍ଡ ଚାକିରୀ ପାଇବା ପରେ ସେ ନିଜର ଓ ପରିବାରର ଦାୟିତ୍ୱ ନେଇଆସୁଛନ୍ତି ।
ଗୌରୀଙ୍କ ପାଇଁ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜ୍ୟୁଟିରେ ଯୋଗ ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଗୌରୀଙ୍କୁ ସମବେଦନା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କୁ ଜଣେ ସଚ୍ଚା ଯୋଦ୍ଧା ବୋଲି କହିଛନ୍ତି ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.