Latest Odisha News

ଭବାନୀପାଟଣା ପୌରାଞ୍ଚଳରେ ୨ ଦିନିଆ ସଟଡାଉନ୍

ଭବାନୀପାଟଣା: ଭବାନୀପାଟଣା ପୌରାଞ୍ଚଳରେ ଆଜିଠୁ ଦୁଇ ଦିନିଆ ସଟଡାଉନ୍ ଜାରି ରହିଛି।

କରୋନା ସଂକ୍ରମଣ ରୋକିବା ତଥା ଡୋର୍ ଟୁ ଡୋର୍ ସର୍ଭେ କାମ ଜାରି ରହିବା ଯୋଗୁଁ ପ୍ରଶାସନ ପକ୍ଷରୁ ଜୁଲାଇ ୨୫ ଓ ୨୬ ତାରିଖକୁ ସଟଡାଉନ୍ ଘୋଷଣା କରାଯାଇଛି ।

 

ଡୋର୍ ଟୁ ଡୋର୍ ସର୍ଭେରେ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏପରିକି ସୁପରଭିଜନ କାର୍ଯ୍ୟରେ ୨୨ ଜଣ ବରିଷ୍ଠ ଅଧିକାରୀ ନିୟୋଜିତ ରହିବେ ବୋଲି ପ୍ରଶାସନ ପକ୍ଷରୁ ଟ୍ବିଟ୍ କରାଯାଇଛି।

ଏହି ଦୁଇ ଦିନ ଘରେ ରହିବା ସହ ସ୍ବାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିବା ପାଇଁ ଭବାନୀପାଟଣା ସହରବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ । ଏପରିକି କାହାର କିଛି ଲକ୍ଷଣ ଥିଲେ ନ ଲୁଚାଇବା ପାଇଁ ମଧ୍ୟ କୁହାଯାଇଛି ।

Comments are closed.